www.samajalive.in
Saturday, December 6, 2025
26.1 C
Bhubaneswar

‘ସ୍ତ୍ରୀ’ ପରେ ‘ମେଡ଼୍‍ ଇନ୍‍ ଚାଇନା’

ମୁମ୍ବଇ : ଅଭିନେତା ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ସଫଳତାର ସୋପାନ ଅତିକ୍ରମ କରି ଚାଲିଛନ୍ତି। ଗତବର୍ଷ ତାଙ୍କ ଚଳଚ୍ଚିତ୍ର ‘ନ୍ୟୁଟନ୍‍’ କୁ ଭାରତ ପକ୍ଷରୁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା। ଚଳିତ ବର୍ଷ ଅର୍ଥାତ୍‍ ୨୦୧୮ ମସିହା ମଧ୍ୟ ତାଙ୍କ ପାଇଁ ସଫଳ ସାବ୍ୟସ୍ତ ହୋଇଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ’ ବକ୍ସ ଅଫିସ୍‍ରେ ଅପାର ସଫଳତା ଲାଭ କରିବା ସହ ବହୁ ରେକର୍ଡ଼ ଭାଙ୍ଗିବାରେ ଲାଗିଛି।

ତେବେ ରାଜକୁମାର ଦର୍ଶକମାନଙ୍କୁ ପୁଣି ଏକ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ମେଡ଼୍‍ ଇନ୍‍ ଚାଇନା’ ର ଏକ ଫଟୋ ଦେବା ସହ ଏଥିରେ ଅଭିନୟ କରୁଥିବା କଳାକାରଙ୍କ ବିଷୟରେ ମଧ୍ୟ ସାମାନ୍ୟ ପୂର୍ବାଭାସ ଦେଇଛନ୍ତି। ଏହି ଫଟୋରେ ରାଜକୁମାରଙ୍କ ସହ ମୌନୀ ରଏ ଙ୍କୁ ଦେଖିବାକୁ ମିଳିଛି। ରାଜକୁମାର ଏହି ଚଳଚ୍ଚିତ୍ରରେ ରଘୁ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ମୌନୀଙ୍କୁ ରୁକ୍ମଣୀ ଭୂମିକାରେ ଦେଖିବାକୁ ମିଳିବ ବୋଲି ନିଜେ ରାଜକୁମାର କହିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବୋମନ ଈରାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

- Advertisement -

‘ମେଡ଼୍‍ ଇନ୍‍ ଚାଇନା’ ୧୫ ଅଗଷ୍ଟ ୨୦୧୯ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ମାଣ ମଡ଼ୋକ୍‍ ଫିଲ୍ମସ ବ୍ୟନର୍‍ରେ ଦିନେଶ ଭିଜନ୍‍ କରୁଛନ୍ତି। ଏହାଛଡ଼ା ରାଜକୁମାର ରାଓଙ୍କ ହାତରେ ଆହୁରି ଅନେକ ଫିଲ୍ମ ପ୍ରୋଜେକ୍ଟ ମଧ୍ୟ ରହିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories