www.samajalive.in
Saturday, December 6, 2025
14.1 C
Bhubaneswar

ନୂଆ ପୋଷ୍ଟର ସହ ଘୋଷଣା ହେଲା ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର ରିଲିଜ୍‍ ତାରିଖ

ମୁମ୍ବଇ : ରାଜକୁମାର ରାଓଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମେଡ୍‍ ଇନ୍‍ଚାଇନା’ର ନୂଆ ପୋଷ୍ଟର ରିଲିଜ୍‍ ହୋଇଛି। ଏହାସହିତ ଟ୍ରେଲର ରିଲିଜ୍‍ର ତାରିଖ ମଧ୍ୟ ଘୋଷଣା କରାଯାଇଛି। ନିଜେ ରାଜକୁମାର ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହାର ଟ୍ରେଲର ଆସନ୍ତା ୧୮ ତାରିଖରେ ମୁକ୍ତିଲାଭ କରିବ ବୋଲି ପୋଷ୍ଟରରେ ସୂଚନା ଦିଆଯାଇଛି।

ପୋଷ୍ଟରରେ ରାଜକୁମାର ସୋଫାରେ ଶୋଇଛନ୍ତି ଏବଂ ବାକି କଳାକାରମାନେ ତାଙ୍କ ପଛରେ ହାତରେ ବାଣ ଧରି ଠିଆ ହୋଇଛନ୍ତି। ରାଜକୁମାରଙ୍କ ବ୍ୟତୀତ ମୌନୀ ରୟ, ଅମାୟରା ଦସ୍ତୁର, ପରେଶ ରାୱଲ, ବୋମନ ଇରାନୀ ଓ ସୁମିତ ବ୍ୟାସ ପ୍ରମୁଖ କଳାକାର ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ମିଖିଲ ମୁଶଲେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ମାତ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories