www.samajalive.in
Friday, December 5, 2025
27.1 C
Bhubaneswar

ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି କୋଡେଲା ପ୍ରସାଦ ରାଓଙ୍କ ଆତ୍ମହତ୍ୟା

ହାଇଦରାବାଦ : ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲୁଗ ଦେଶମ ପାର୍ଟି (ଟିଡିପି)ର ବରିଷ୍ଠ ନେତା କୋଡେଲା ଶିବ ପ୍ରସାଦ ରାଓ ନିଜ ହାଇଦରବାଦସ୍ଥିତ ବାସଭବନରେ ଫାଶି ଲଗାଇ ଆହତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ତାଙ୍କୁ ଉଦ୍ଧାର କରାଯାଇ ବସାଭଟକରମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିନେତାରୁ ରାଜନେତା ହୋଇଥିବା ବଲାକୃଷ୍ଣଙ୍କ ସହ ମିଶି କୋଡେଲା ବସାଭଟକରମ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ତାଙ୍କ ଦେହାନ୍ତରେ ରାଜ୍ୟ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ୨୦୧୪ରେ ଆନ୍ଧ୍ରପ୍ରଦେଶରୁ ତେଲଙ୍ଗାନା ଅଲଗା ହେବା ସମୟରେ କୋଡେଲା ବିଧାନସଭାର ବାଚସ୍ପତି ଥିଲେ। ସେ ନାରସୋରାଓପେଟରୁ ୫ ଥର ଓ ଗୋଟିଏ ଥର ସତେନାପଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ଗୃହ ମନ୍ତ୍ରୀ ଏବଂ ପଞ୍ଚାୟତରାଜ ମନ୍ତ୍ରୀର କାର୍ଯ୍ୟଭାର ତୁଲାଇ ଥିଲେ। ୧୯୮୩ରେ ସେ ଟିଡିପିରେ ଯୋଗଦେଇଥିଲେ। ତାଙ୍କର ୨ ଜଣ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରାଓ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗୁଣ୍ଟୁର ମେଡିକାଲ କଲେଜରୁ ପାଠ ପଢି ସେ ଡାକ୍ତର ହୋଇଥିଲେ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories