www.samajalive.in
Sunday, December 7, 2025
14.1 C
Bhubaneswar

ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ୨ଟି ମ୍ୟାଚରେ ଆଠଗଡ ଓ ରାଜନଗର ବିଜୟୀ

ଆଠଗଡ : ମା ମଙ୍ଗଳା କ୍ଲବ୍ ଆନୁକୁଲ୍ୟରେ ବୀରକିଶୋରପୁର ଖେଳ ପଡିଆରେ ଚାଲିଥିବା ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁଣ୍ଣାମେଣ୍ଟର ପଞ୍ଚମ ଦିନରେ ଅନୁଷ୍ଠିତ ୨ଟି ମ୍ୟାଚରେ ପ୍ରତିପକ୍ଷଙ୍କୁ ହରାଇ ଆଠଗଡର ଜୟଶ୍ରୀରାମ କ୍ରିକେଟ୍ କ୍ଲବ୍ ଓ ରାଜନଗର କ୍ରିକେଟ କ୍ଲବ୍ ବିଜୟୀ ହୋଇଥିବା ଜଣାପଡିଛି। ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଭିମାନପୁରର ବିଆରସିଟି କ୍ଲବ ନିର୍ଦ୍ଧାରିତ ୧୨ ଓଭରରେ ୭ ୱିକେଟ ହରାଇ ୯୫ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ୍ରେ ଆଠଗଡର ଜୟଶ୍ରୀରାମ କ୍ରିକେଟ କ୍ଲବ୍ ୧୧.୪ ଓଭରରେ ୭ ୱିକେଟ ହରାଇ ୯୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ଉନ୍ନତ ଖେଳ ପ୍ରଦର୍ଶନ କରି ଆଠଗଡ ଦଳର ପାୟଲ ବର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଲେ ଏହି ମ୍ୟାଚଟିକୁ ଅନନ୍ତ ବେହେରା ଓ ସୁନିଲ ମହାରଣା ଅମ୍ପାୟାର ଭାବେ ପରିଚାଳନା କରିଥିଲେ। ସେହିପରି ୨ୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚୌଦ୍ୱାରର ସାଇରାମ କ୍ଲବ ନିର୍ଦ୍ଧାରିତ ୧୨ଓଭରରେ ୯ୱିକେଟ ହରାଇ ୯୯ ରନ୍ ସଂଗ୍ରହ କରିଥିଲେ। ଏହାର ଅନୁଧାବନ କରିଥିବା ରାଜନଗର କ୍ରିକେଟ କ୍ଲବ୍ ୧୦.୪ ଓଭରରେ ୫ୱିକେଟ ହରାଇ ୧୦୦ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ସାଗର ବରାଳ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ରତିରଞ୍ଜନ ପାଇକରାୟ ଓ ସୌମେଶ ବେହେରା ମ୍ୟାଚ ପରିଚାଳନା କରିଥିଲେ। ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବେ ବରୁଣ ରାଜ ଯୋଗଦେଇ ଦୁଇ ମ୍ୟାନ ଅଫ ଦି ମ୍ୟାଚଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ କ୍ଲବ୍ର  ସମୀର କୁମାର ବେହେରା, ସୌମ୍ୟରଞ୍ଜନ ପ୍ରଧାନ, ପ୍ରିତମ ଶତପଥି, ସୌମ୍ୟରଞ୍ଜନ ମହାପାତ୍ର ଓ ପ୍ରତାପ ପାଇକରାୟଙ୍କ ସହ ଅନ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories