www.samajalive.in
Friday, December 5, 2025
26.1 C
Bhubaneswar

ରକ୍ତ ଜହ୍ନ ଦୃଶ୍ୟମାନ

ଭୁବନେଶ୍ବର: ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ ରାତି ୯ଟା ୫୭ ମିନିଟ୍‌ ୨୨ସେକେଣ୍ଡରୁ ସ୍ପର୍ଶ ହୋଇଛି। ରାତି ଗୋଟାଏ ୨୬ ମିନିଟ୍‌ ୧୭ ସେକେଣ୍ଡରେ ସର୍ବମୋକ୍ଷ ହୋଇଛି। ସାଢ଼େ ତିନି ଘଣ୍ଟା ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଚାଲିଥିବାବେଳେ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା। ଚନ୍ଦ୍ରଗ୍ରହଣ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ିଥିବାବେଳେ ରାତିରେ ଆକାଶରେ ଖାଲି ଆଖିରେ ଦେଖାଯାଇଛି ଏହି ମହାଜାଗତିକ ଦୃଶ୍ୟ।

ରାତି ୧୧ଟାରୁ ୧୨ଟା ୨୨ମିନିଟ୍‌ ପର୍ଯ୍ୟନ୍ତ ୧ ଘଣ୍ଟା ୨୨ମିନିଟ୍‌ ଧରି ପୂର୍ଣ୍ଣ ଗ୍ରହଣ ରହିଥିଲା। ସେ ସମୟରେ ଚନ୍ଦ୍ର ଲାଲ୍‌ ରଙ୍ଗର ଦେଖାଯାଇଥିଲା। ଏହା ରାତି ୯ଟା ୫୭ ମିନିଟ୍‌ରୁ ଆରମ୍ଭ ହୋଇ ଚନ୍ଦ୍ର ଛାୟାରେ ପ୍ରବେଶ କରିଥିଲା। ରାତି ୧୧ଟା ସମୟରୁ ୧୨ଟା ୨୨ମିନିଟ୍‌ ଯାଏଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିଥିଲା। ସେହିପରି ଚନ୍ଦ୍ରଛାୟାରୁ ବାହାରିବା ଆରମ୍ଭ କରିଥିଲା ରାତି ୧୨ଟା ୨୨ମିନିଟ୍‌ରେ। ଚନ୍ଦ୍ରଛାୟାରୁ ପୂରା ବାହାରି ଯାଇଥିଲା ୧ଟା ୨୬ମିନିଟ୍‌ ସମୟରେ। ଏହା ଏସିଆ, ଅ‌େ‌ଷ୍ଟ୍ରଲିଆ, ଆଫ୍ରିକା ଏବଂ ଆମେରିକା ତଥା ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲା। ଭାରତ ତଥା ଓଡ଼ିଶାକୁ ଏହା ଆରମ୍ଭରୁ ଶେଷ ଯାଏଁ ଦୃଶ୍ୟମାନ ହୋଇଥିଲା।

- Advertisement -

ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ ଓ ଚନ୍ଦ୍ର ଗ୍ରହଣ ହୁଏ। ସୂର୍ଯ୍ୟକିରଣ ପୃଥିବୀର ବାୟୁମଣ୍ଡଳ ଦେଇ ଯିବାବେଳେ ଏହାର ସମସ୍ତ ଅପେକ୍ଷାକୃତ କମ୍ ‘ତରଙ୍ଗ ଦୈର୍ଘ୍ୟର ଆଲୋକ’, ଇନ୍ଦ୍ରଧନୁର ପ୍ରଥମ ୫ଟି ରଙ୍ଗ ଯଥା: ବାଇଗଣି, ଘନନୀଳ, ନୀଳ, ସବୁଜ, ହଳଦିଆ ଆଦି ରଙ୍ଗର ଆଲୋକ ବାୟୁ ମଣ୍ଡଳରେ ପୂରାପୂରି ବିଚ୍ଛୁରିତ ହୋଇ ଯାଇଥାଏ। କିନ୍ତୁ ଅପେକ୍ଷାକୃତ ‘ଅଧିକ ତରଙ୍ଗ ଦୈର୍ଘ୍ୟର ଆଲୋକ’ ଯେପରି ନାରଙ୍ଗି ଓ ଲାଲ୍‌ ରଙ୍ଗ ପୂରା ଗତିକରି ଚନ୍ଦ୍ରରେ ପଡ଼ିବା ଫଳରେ ଏହା ଲାଲ୍ ରଙ୍ଗ ଧାରଣ କରେ। ବିଚ୍ଛୁରିତ ନହୋଇ ବାୟୁ ମଣ୍ଡଳ ଭିତରେ ପୂର୍ଣ୍ଣ ଗ୍ରହଣ ଗୋଟିଏ ସୁନ୍ଦର ମହାଜାଗତିକ ଦୃଶ୍ୟ, ଯାହାକୁ ଖାଲି ଆଖିରେ ଦେଖି ହୋଇଛି। ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ। ଆକାଶ ମେଘମୁକ୍ତ ରହିଥିବାରୁ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଏହା ଖାଲି ଆଖିରେ ଦେଖି ହୋଇଥିଲା। ଅନ୍ୟପଟେ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ। ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories