ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍ ଓ କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକା-ଛୁପି’ର ପ୍ରଥମ ପୋଷ୍ଟର ବୁଧବାର ରିଲିଜ ହୋଇଛି। ଏହି ପୋଷ୍ଟରରେ କାର୍ତ୍ତିକ ଓ କୃତିଙ୍କୁ ମସ୍ତି ଭରା ଭଙ୍ଗିରେ ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କ ପାଟି ଚୁପ୍ କରାଇବା ସହ କୃତି ହାତରେ ଏକ ଫୁଲମାଳ ଧରିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ କାର୍ତ୍ତିକ ନିଜେ ସାମାଜିକ ଗଣମାଧ୍ୟମରେ ଶେୟାର୍ କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି ଯେ, ଚଳଚ୍ଚିତ୍ରର ଟ୍ରେଲର କାଲି ଅର୍ଥାତ୍ ୨୪ ଜାନୁଆରୀରେ ରିଲିଜ୍ ହେବ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୧ ତାରିଖରେ ମୁକ୍ତିଲାଭ କରିବ।
Popular Categories



