www.samajalive.in
Sunday, December 7, 2025
23.1 C
Bhubaneswar

୧୨ ବର୍ଷ ବାଳକଙ୍କ କୃତିତ୍ୱ: ସମୁଦ୍ରରୁ ପ୍ଲାଷ୍ଟିକ୍‍ ସଫା କରିବ ଜାହାଜ

ପୁନେ: ସମୁଦ୍ରରେ ପଡ଼ୁଥିବା ବର୍ଜ୍ୟ ପ୍ଲାଷ୍ଟିକକୁ ସଫା କରିପାରୁଥିବା ଭଳି ଏକ ଜାହାଜର ପରିକଳ୍ପନା କରିଛନ୍ତି ଜଣେ ୧୨ ବର୍ଷର ଭାରତୀୟ ବାଳକ। ପରିବେଶ ସୁରକ୍ଷା ସହିତ ସାମୁଦ୍ରିକ ଜୀବନ ରକ୍ଷାରେ ଏହି ଜାହାଜ ସହାୟକ ହୋଇପାରିବ ବୋଲି ସେ ଦାବି କରିଛନ୍ତି। ହାଜିକ୍‍ କାଜି ନାମକ ଏହି ବାଳକଙ୍କ ପରିକଳ୍ପିତ ଜାହାଜର ନାମ ହେଉଛି ‘ଏରଭିସ୍‍’। ଏକ ଆନ୍ତର୍ଜାତିକ ସମ୍ମିଳନୀରେ ହାଜିକ୍‍ ତାଙ୍କର ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଛନ୍ତି। ଏହି ପରିକଳ୍ପନା ସମ୍ପର୍କରେ ହାଜିକ୍‍ କହିଛନ୍ତି ଯେ ସମୁଦ୍ରରେ ପ୍ଲାଷ୍ଟିକର ବହୁଳତା ଦେଖିବା ପରେ ଏହାର ଭୟବହତା ତିନିବର୍ଷ ତଳେ ତାଙ୍କ ମନକୁ ଆସିଥିଲା। ସାମୁଦ୍ରିକ ମାଛ ଜରିଆରେ ପ୍ଳାଷ୍ଟିକ୍‍ର ଅବଶିଷ୍ଠାଂଶ ଆମ ଶରୀର ଭିତରକୁ ପ୍ରବେଶ କରୁଛି। ସମୁଦ୍ରରେ ପ୍ଳାଷ୍ଟିକ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହା ସମଗ୍ର ପ୍ରାଣୀଜଗତ ପ୍ରତି ଘାତକ ସାଜୁଛି। ତେଣୁ ଏହାର ନିରାକରଣରେ ‘ଏରଭିସ’ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories