www.samajalive.in
Saturday, December 6, 2025
14.1 C
Bhubaneswar

ସୁନେଲୀ ରଙ୍ଗର ଲକି କ୍ୟାଟ୍‍ ଦ୍ୱାରା କୁପ୍ରଭାବ ନଷ୍ଟ ହୁଏ

ଫେଙ୍ଗସୁଇ ଚିନର ବାସ୍ତୁଶାସ୍ତ୍ର ଅଟେ। ଫେଙ୍ଗସୁଇରେ ଘରର ନିର୍ମାଣ, ସୁନ୍ଦରତା ବଢାଇବା ଇତ୍ୟାଦି ବିଷୟରେ ବର୍ଣ୍ଣନା କରାଯାଇଛଇ। ଏହା ଅନୁସାରେ କିଛି ବିଶେଷ ଦ୍ରବ୍ୟ ଘରେ ରଖିବା ଦ୍ୱାରା ଅସୁବିଧା ଅନେକ ମାତ୍ରାରେ ଦୂର ହୋଇଥାଏ। ଯେପରି ଲକି କ୍ୟାଟ, ୱିଣ୍ଡ ଚାଇମ, ଲାଫିଙ୍ଗ ବୁଦ୍ଧ ଇତ୍ୟାଦି। ଫେଙ୍ଗସୁଇରେ ଗୋଟିଏ ହାତ ଉଠାଇ ଥିବା ଲକି ବିଲେଇ (ଲକି କ୍ୟାଟ)କୁ ଅତ୍ୟନ୍ତ ଶୁଭ କୁହାଯାଇଥାଏ। ଏହା ଅନେକ ରଙ୍ଗରେ ଉପଲବ୍ଧ ଅଟେ। ଏହା ରଖିବା ଦ୍ୱାରା ଅନେକ ଲାଭ ହୋଇଥାଏ।
ଆସନ୍ତୁ ଜାଣିବା ଲକି କ୍ୟାଟ ରଖିବାର ଲାଭ ..ସୁନେଲୀ ରଙ୍ଗର ଲକି କ୍ୟାଟ ଘରେ ରଖିବା ଦ୍ୱାର କୁପ୍ରଭାବ ନଷ୍ଟ ହୋଇ ଯାଇଥାଏ। ଏହାକୁ ଘରର ମୁଖ୍ୟ କକ୍ଷରେ ରଖିବା ଉଚିତ। ସୁନେଲୀ ରଙ୍ଗର ଲକି କ୍ୟାଟ ଦ୍ୱାରା ଘରେ ସୁଖଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।
ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ବ୍ୟବସାୟସ୍ଥଳ କିମ୍ବା କାର୍ଯ୍ୟାଳୟର ପଶ୍ଚିମ ଦିଗରେ ଲକି କ୍ୟାଟ ରଖନ୍ତୁ। ଏହି ଲକି କ୍ୟାଟର ରଙ୍ଗ ଧଳା କିମ୍ବା ହଳଦିଆ ହୋଇଥିବା ଆବଶ୍ୟକ। ଦୋକାନରେ କ୍ଷତି ହେଉଥିଲେ ଏହି ଦୁଇଟି ରଙ୍ଗର ଲକି କ୍ୟାଟ ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାରା ସଫଳତା ପାଇ ପାରିବେ।ଘରେ ନୀଳ ରଙ୍ଗର ଲକି କ୍ୟାଟ ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଖରାପ ଦୃଷ୍ଟି ଦୂର ହୋଇଥାଏ। ଘରେ କୌଣସି ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ। ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ।
ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହେଲେ ସମସ୍ତେ ଚିନ୍ତିତ ରହିଥାନ୍ତି। ଏପରି କ୍ଷେତ୍ରରେ ସବୁଜ ରଙ୍ଗର ଲକି କ୍ୟାଟ ଘରର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଠିକ ହେବାରେ ଲାଗିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories