www.samajalive.in
Saturday, December 6, 2025
15.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣସ୍ତର ୭ ଗୁଣା ବଢିଲା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନ୍‍ସିଆରରେ ପ୍ରଦୂଷଣସ୍ତର ପୁଣି ଥରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀ ଏବଂ ଏନ୍‍ସିଆରର ୧୫ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ବାୟୁର ଗୁଣାବତ୍ତା ବହୁ ଖରାପ ଶ୍ରେଣୀଭୁକ୍ତ ରହିଛି। ଆନନ୍ଦ ବିହାରରେ ବାୟୁ ପ୍ରଦୂଷଣସ୍ତର ପିଏମ୍‍-୧୦ରେ ପହଞ୍ଚିଛି। ଅର୍ଥାତ ପ୍ରଦୂଷଣ ମାନକ ୭ ଗୁଣା ବଢିଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପଡୋଶୀ ରାଜ୍ୟରେ ନଡ଼ା ଏବଂ ଅନ୍ୟ ଜିନିଷ ଜଳା ଯିବାର ପ୍ରଭାବ ଦିଲ୍ଲୀ ଉପରେ ପଡ଼ିଛି। ଫଳରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଯାଇଛି। ସମ୍ପୂର୍ଣ୍ଣ ଦିଲ୍ଲୀର ବାୟୁ ଗୁଣାବତ୍ତା ସୂଚକାଙ୍କ ୨୯୭ ରହିଛି। ତେବେ ଦିଲ୍ଲୀ-ଏନ୍‍ସିଆରର ୧୫ କେନ୍ଦ୍ରରେ ବାୟୁ ଗୁଣାବତ୍ତା ସୂଚକାଙ୍କ ୩୦୦ ଉପରେ ରହିଛି। ଆନନ୍ଦ ବିହାରରେ ବାୟୁ ଗୁଣାବତ୍ତା ସୂଚକାଙ୍କ ୩୯୮, ଦ୍ୱାରକା ସେକ୍ଟର-୮ରେ ୩୯୬ ପର୍ଯ୍ୟନ୍ତ ପହଞ୍ଚିଛି।
ଗୁରୁବାର ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ପୂର୍ବାନୁମାନ କରିଛି। ବର୍ଷା ହେଲେ ବାୟୁରେ ଉଡ଼ୁଥିବା ଧୂଳି କଣା ମାତ୍ର କମିଯିବ ଓ ପ୍ରଦୂଷଣ ମାତ୍ରା କେତେକାଂଶରେ କମିବ ବୋଲି ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories