www.samajalive.in
Sunday, December 7, 2025
13.1 C
Bhubaneswar

ଦିଲ୍ଲୀ ଗଲା ତିନି ଜଣିଆ ଟିମ୍‍

ଭୁବନେଶ୍ୱର: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ହ୍ୟାଣ୍ଡଲର ହବିବୁର ରେହମାନ ଓରଫ ହବିବ୍‍ଙ୍କଠାରୁ ତଥ୍ୟ ଓଗାଳିବା ପାଇଁ ଗୁରୁବାର ରାଜ୍ୟ କ୍ରାଇମବ୍ରାଞ୍ଚର ଏସ୍‍ଟିଏଫ ଟିମ ଦିଲ୍ଲୀ ଯାଇଛି। ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ସ୍ପେଶାଲ ଟିମ୍‍ ଓଡ଼ିଶାରେ ହବିବୁରର କାରନାମା ସମ୍ପର୍କରେ ତଥ୍ୟ ବାହାର କରିବ। ସେଥିପାଇଁ ଏସ୍‍ଟିଏଫ ହବିବୁରକୁ ଜିମାରେ ଆଣିବା ସକାଶେ ଆବଶ୍ୟକ ପଡିଲେ ଅଦାଲତର ଦ୍ୱାରସ୍ଥ ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ କଟକରେ ଆତ୍ମଗୋପନ କରିଥିଲା ଲସ୍କର-ଇ- ତୋଇବାର କୁଖ୍ୟାତ ଆତଙ୍କବାଦୀ ଶେଖ୍‍ ଅବଦୁଲ ନଇମ ଓରଫ୍‍ ନୋମି। ଆଉ ଏଥିରେ ସୂତ୍ରଧର ସାଜିଥିଲା କେନ୍ଦ୍ରାପଡ଼ା ଜିଲାର ତେଣ୍ଡାକୁଡା ଗାଁର ହବିବୁର ରେହମାନ।
ଆତଙ୍କବାଦୀ ନଇମକୁ କେମିତି ଓ କେତେଥର ହବିବୁର କଟକରେ ଲୁଚାଇ ରଖିଥିଲା, ନଇମ କିମ୍ବା ତା’ ଲିଙ୍କ୍‍ରେ ଓଡ଼ିଶାରେ ଆଉ କେଉଁମାନେ ଅଛନ୍ତି। ଏମିତି ଅନେକ ଦିଗକୁ ଧରି ଏସ୍‍ଟିଏଫ୍‍ ଜେରା କରିବାକୁ ଯୋଜନା କରିଛି। ଆତଙ୍କବାଦ କାର୍ଯ୍ୟକଳାପର ପ୍ରତିଟି ଦିଗକୁ ନେଇ ଜେରା କରିବ ଏହି ୩ଜଣିଆ ଟିମ। ଜାତୀୟ ତଦନ୍ତ ସଂସ୍ଥା(ଏନଆଇଏ)ଠାରୁ ଅନୁମତି ଓ ସହଯୋଗ ମିଳିବା ପରେ ସ୍ୱତନ୍ତ୍ର ଟିମ ଖୋଳତାଡ଼ ଆରମ୍ଭ କରିବ ବୋଲି ଡିଆଇଜି ଶ୍ରୀ ଲାଲ ସୂଚନା ଦେଇଛନ୍ତି।
ରିଆଦରେ ରହି ଲସ୍କର-ଇ-ତୋଇବାର ଆତଙ୍କବାଦୀ ଶେଖ ଅବଦୁଲ ନଇମକୁ କଟକରେ ସେ କେମିତି ଓ କେତେଥର ଅଣ୍ଡରଗ୍ରାଉଣ୍ଡ କରିଥିଲା ସେ ସମ୍ପର୍କରେ ଖୋଳତାଡ଼ କରାଯିବ। ବିଶେଷକରି ହବିବୁର ଯଦି ରିଆଦରେ ରହୁଥିଲା ତେବେ ନଇମକୁ ଏଠି ସହାୟତା ଯୋଗାଉଥିଲା କିଏ? ଏହି ପ୍ରସଙ୍ଗ ଏସଟିଏଫ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସେହିପରି କଟକରେ ନଇମକୁ ଲୁଚାଇ ରଖିବା ରହସ୍ୟ କ’ଣ? ଓଡ଼ିଶାରେ ରହି ନଇମ କିଭଳି ନିଜ ସଂଗଠନକୁ ଅପରେଟ କରୁଥିଲା। ଆତଙ୍କବାଦୀ ସଂଗଠନର ନକ୍ସାରେ କ’ଣ ଓଡ଼ିଶା ରହିଛି କି? ହବିବୁରଠାରୁ ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବ ଏସଟିଏଫ।
ପ୍ରକାଶ ଯେ ଏଥି ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ତେଣ୍ଡାକୁଡ଼ା ଗ୍ରାମର ହବିବୁର ରେହମାକୁ ଗିରଫ କରି ଜିମାରେ ନେଇ ଖୋଳତାଡ଼ କରୁଛି ଏନଆଇଏ। ନଇମ ଓ ହବିବୁର ଲିଙ୍କ୍‍ ସମ୍ପର୍କରେ ଚାର୍ଜସିଟରେ ଏନଆଇଏ ସାଂଘାତିକ ତଥ୍ୟ ଦେଇଛି। ତେଣୁ ହବିବୁରଙ୍କୁ ଜେରା କରିବା ପରେ ତା’ପାଖରୁ ଓଡ଼ିଶାରେ ଲୁଚି ଥିବା ଅନ୍ୟ ସହଯୋଗୀଙ୍କ ଠିକଣା ମିଳିବା ସହ ସେମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ଏସଟିଏଫ ଆଶା ରଖିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories