www.samajalive.in
Monday, December 15, 2025
16.1 C
Bhubaneswar

ବଲାଙ୍ଗିରରେ ଏଲପିଜି ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର : ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଅଧୀନସ୍ଥ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଖୋର୍ଦ୍ଧା ପରେ ଏବେ ବଲାଙ୍ଗିର ଜିଲାର ବରଖାନୀ ଗ୍ରାମରେ ଏକ ଦ୍ୱିତୀୟ ଏଲ୍ପିଜି ବଟ୍ଲିଂପ୍ଲାଣ୍ଟ ନିର୍ମାଣ କରିବ। ୨୩ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ଲାଣ୍ଟର ଦୂରତା ବଲାଙ୍ଗୀର ରେଳଷ୍ଟେସନଠାରୁ ୧୨ କି.ମି. ଦୂର। ଏହି ପ୍ଲାଣ୍ଟର ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କ୍ଷମତା ରହିବ। ଏହା ୨୦୨୦ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାପରେ ଏଠାରୁ ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଭଳି ୧୪ ଜିଲାର ଉପଭୋକ୍ତାଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଣ କରାଯିବ ବୋଲି ଆଞ୍ଚଳିକ ଏଲ୍ପିଜି ମ୍ୟାନେଜର (ପୂର୍ବାଞ୍ଚଳ) ଅତୁଲ କୁମାର ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଖୋର୍ଦ୍ଧାଠାରେ ବିପିସିଏଲ୍ର ଅନ୍ୟଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ରହିଛି। ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀରେ ଅନ୍ୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ରହିଛି। ଏହି ୪ଟି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ବାର୍ଷିକ ୨.୮୦ କୋଟି ସିଲିଣ୍ଡର ଉତ୍ପାଦନ କ୍ଷମତା କରୁଛି। ବଲାଙ୍ଗୀର ପରେ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଭୁବନେଶ୍ୱର ଏବଂ ରାୟଗଡ଼ାରେ ୨ଟି ପ୍ଲାଣ୍ଟ ନିର୍ମାଣ କରିବା ଯୋଜନା ରଖିଛନ୍ତି। ଫଳରେ ରାଜ୍ୟରେ ମୋଟ ପ୍ଲାଣ୍ଟ ସଂଖ୍ୟା ୭ ଛୁଇଁବ ଓ ବାର୍ଷିକ ୪.୦୬ କୋଟି ସିଲିଣ୍ଡର ଉତ୍ପାଦନ ହୋଇପାରିବ ବୋଲି ଶ୍ରୀ କୁମାର କହିଛନ୍ତି।
ଚଳିତମାସ ୨୧ରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ୨୦୧୪ ଜୁନ ପହିଲାଠାରୁ ୨୦୧୮ ମେ ୧ ତାରିଖ ମଧ୍ୟରେ ଓଡ଼ିଶାରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷରୁ ୬୨.୧୭ ଲକ୍ଷକୁ ବୃଦ୍ଧି ପାଇଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଇନ୍ଫ୍ରାଷ୍ଟ୍ରକ୍ଚର ଟି/ଏଫ୍ (ପୂର୍ବାଞ୍ଚଳ)ମାନସ ମହାନ୍ତି, ପ୍ରୋଜେକ୍ଟ ଫାସିଲିଟେଟର (ଇଆଣ୍ଡପି) ଦିଲୀପ ମଣ୍ଡଳ, ରାଜ୍ୟ ମୁଖ୍ୟ ଏଲ୍ପିଜି (ଓଡ଼ିଶା) ସଞ୍ଜୟ ଶର୍ମା, ରାଜ୍ୟ ମୁଖ୍ୟ ରିଟେଲ (ଓଡ଼ିଶା ଏବଂ ଝାଡଖଣ୍ଡ) ଦେବାଶିଷ ପାଲିତ ଏବଂ ଡିଜିଏମ୍ (ବ୍ରାଣ୍ଡ ଏବଂ ପିଆର୍) ଏସ୍ ଏସ୍ ସୁନ୍ଦରରାଜନ ପ୍ରମୁଖ ଉପସ୍ଥିିତ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories