www.samajalive.in
Saturday, December 6, 2025
15.1 C
Bhubaneswar

ଅନିଶ୍ଚିତତାରେ ଲୋୟର ସୁକତେଲ ପ୍ରକଳ୍ପ ; ଫେରିଯିବ ୬ ଶହ କୋଟି

ବଲାଙ୍ଗିର: ଶନିବାର ପୂର୍ବାହ୍ନରେ ବଲାଙ୍ଗିର ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ଜିଲାର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଏ ନେଇ ଆକ୍ସନ କମିଟି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ ଲୋୟର ସୁକତେଲ ପ୍ରକଳ୍ପ କାମ ପାଇଁ ୬ ଶହ କୋଟି ଟଙ୍କା ଫେରି ଯାଉଥିବା ନେଇ କମିଟି ଉଦବେଗ ପ୍ରକାଶ କରିଛି। ଏ ନେଇ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିଛି ଆକ୍ସନ କମିଟି। ସରକାର, ବଲାଙ୍ଗିରବାସୀ, ପ୍ରଶାସନ ଓ ଜନ ପ୍ରତିନିଧି ସମସ୍ତେ ପ୍ରକଳ୍ପ କାମ ପାଇଁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ  କାହା ଇଙ୍ଗିତରେ ପ୍ରକଳ୍ପ କାମ ବନ୍ଦ ହୋଇଛି ବୋଲି ପ୍ରଶ୍ନ କରିଛି କମିଟି। ଏ ନେଇ ବିଧାୟକ ଶ୍ରୀ ମିଶ୍ର ବିଗତ ବିଧାନସଭା ବୈଠକ କାଳରେ ସରକାର ଡିସେମ୍ବର ୨୦୧୯ ପର୍ୟ୍ୟନ୍ତ କାମ ଆରମ୍ଭ ନକରି ଅଧିକାରୀମାନଙ୍କୁ ନିଯୁକ୍ତି ମଧ୍ୟ ଦେଇନଥିବା ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ସଂକ୍ରାନ୍ତରେ ଆସନ୍ତା ଅଗଷ୍ଟ ୪ ତାରିଖ ମଙ୍ଗଳବାର ଦିନ ସରକାରଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୃତି ଦେଇଥିଲେ। ତାଙ୍କର ଏହି କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ପ୍ରକଳ୍ପ କାମ ନିଶ୍ଚୟତ ସମ୍ପାଦନ ହେବ ଦୃଢୋକ୍ତି ପ୍ରକାଶ କରିଥିଲେ। କରୋନା ଅଧିନିୟମ ଲାଗୁ ହୋଇଥିବା କାରଣରୁ ଆକ୍ସନ କମିଟିକୁ କୌଣସି ଆନ୍ଦୋଳାନତ୍ମକ ପଦକ୍ଷେପ ଏ ସଂକ୍ରାନ୍ତରେ ନେବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ପ୍ରତିନିଧି ମଣ୍ଡଳୀରେ ଭବାନୀ ଶଙ୍କର ଶତପଥୀ, ରତନ ମହାରଣା, ବିନୋଦ କାଲସାଏ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories