ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଞ୍ଚାୟତର ପଳାସପିଠିଆ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଆଜି ଟିଏମସି, ଲୋକାଲ ମିଶି ସମୁଦାୟ ୨୬୩ ଜଣ ବ୍ୟକ୍ତିଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ ଭୁବନ ଏନଏସିର ୫ଜଣ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସହିତ ସ୍ୱତଃପ୍ରବୃତ ଭାବେ ବହୁଲୋକ ସ୍ୱାବ ଟେଷ୍ଟ କରିଥିଲେ।
ବ୍ଲକର ମହୁଲପାଳ ଗ୍ରାମ ସମେତ ବିଭିନ୍ନ ଟିଏମସିର ସମୁଦାୟ ୨୬୩ ଜଣ ବ୍ୟକ୍ତି ସ୍ୱାବ ଟେଷ୍ଟ କରିଥିଲେ। ବିଡିଓ ଆଶୀର୍ବାଦ ପରିଡାଙ୍କ ଉପସ୍ଥିତିରେ ଭିବିଡିଟିଏସ ଅମିତ କୁମାର ସାମଲ, ପିଏଚଇଓ ମାନସ ରଂଜନ ମିଶ୍ର, କୋଭିଡ-୧୯ କର୍ମଚାରୀ ଶିଶିର କୁମାର ସାହୁ, କଳାବତୀ ଦାସ, ଲୀଳାବତୀ ବେହେରା, ଶୁଭ୍ରାଞ୍ଜଳି ମହାପାତ୍ର, ସରସ୍ୱତୀ ମିଶ୍ର, ସ୍ୱାଗତିକା ସାହୁ ସ୍ୱାବ ଟେଷ୍ଟରେ ସହଯୋଗ କରିଥିବା ବେଳେ ସୁରପ୍ରତାପପୁର ଫାଣ୍ଡି କର୍ମଚାରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।



