ଏପ୍ରିଲ ୮ରୁ ନିମ୍ନ ଅଦାଲତ ସକାଳୁଆ

କଟକ: ଆସନ୍ତା ୮ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ। ସକାଳ ୭ରୁ କୋର୍ଟ କାର୍ୟ୍ୟ ଆରମ୍ଭ ହୋଇ ମଧ୍ୟାହ୍ଣ ୧ଟା ପର୍ୟ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରେ କୋର୍ଟ ବସିବେ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ୟ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ୟ୍ୟନ୍ତ ଏପରି ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ କିନ୍ତୁ ସକାଳ କୋର୍ଟ ବ୍ୟବସ୍ଥାରୁ ବାଦ ଦିଆଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Comments are closed.