www.samajalive.in
Sunday, December 14, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯିବ ‘ଲଭ୍ ଇନ୍ ଲଣ୍ଡନ’ ଚଳଚ୍ଚିତ୍ର ଲାଭାଶଂ ଅର୍ଥର ୧୦ ଭାଗ

ଡେସ୍କ: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ, ଆକ୍ସନ୍‌ଷ୍ଟାର ଅନୁଭବ ମହାନ୍ତି, ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍‌’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନାଗାର ଏହି ଅଘଟଣକୁ ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ଫିଲ୍ମର ପ୍ରିମିୟର୍ ଜୁନ୍ ୧୩, ୨୦୨୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି କରିଛୁ।

ଏଥିସହ ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଂଶ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବେ ବୋଲି ଜଣାଇଛନ୍ତି। ଏହା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ ହୋଇପାରିବ ବୋଲି ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି।

- Advertisement -

ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି, ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍ ଇନ୍‌ ଲଣ୍ଡନର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories