ତିଗିରିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ଇଁ ବିଶେଶ୍ୱର ଟୁଡୁ, ସଞ୍ଜୟ ନିର୍ମଳ, କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ସୁକାନ୍ତ ବିଶ୍ଵାଳ, ମୃତ୍ୟୁଞ୍ଜୟ ଜେନା ଗୁରୁବାର ଅପରାହ୍ନରେ ବଡମ୍ବା ଗସ୍ତ କରିବା ସମୟରେ ଆଠଗଡ଼-ତିଗିରିଆ ନିର୍ବାଚନ ମଣ୍ଡଳୀର ତିଗିରିଆ ଗୋହିରିମୁଣ୍ଡ ଠାରେ ବିଜେପିର ବରିଷ୍ଠ ନେତା ବ୍ରଜେନ୍ଦ୍ର ରାଏଙ୍କ ନେତୃତ୍ୱରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ବିଧାନସଭା ସଂଯୋଜକ ବିକ୍ରମ କେଶରୀ ଦାଶ, ତିଗିରିଆ ମଣ୍ଡଳ ସଭାପତି ସନ୍ତୋଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



