www.samajalive.in
Sunday, December 14, 2025
19.1 C
Bhubaneswar

ଅଜବ ଲାଗୁଥିଲେ ବି ସତ, ସାପ ପାଇଁ ବାସ ହରାଇଲେ ଘାସିରାମ

ବୋରିଆ: ବର୍ଷାରେ ଘର ଭାଙ୍ଗିଲେ କିମ୍ବା ଘର ନଥିଲେ ଜଣେ ଆଶ୍ରୟ ହୀନ ହୋଇଥାଏ। ତେବେ ନିଜ ଘର ଥାଇ ସାପ ପାଇଁ ବେଘର ହୋଇଛନ୍ତି ଏକ ପରିବାର। ସାପକୁ ଧରିବା ପାଇଁ ନିଜ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ଏବେ ଗାଁର ଗୋଷ୍ଠୀ କେନ୍ଦ୍ର ଘରେ ଆଶ୍ରୟ ନେଇଛନ୍ତି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ନିହାତି ସତ କଥା। ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ଜୋଲକୋ ଗ୍ରାମର ଘାସିରାମ ମହଲାଙ୍କ ପରିବାର।

ଖବର ନେବାରୁ ଜଣାପଡ଼ିଛି ଯେ, ଜୋଲକୋ ଗ୍ରାମରେ ରୁହନ୍ତି ଘାସିରାମ ମହଲାଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ ସହ ଦୁଇପୁଅ, ବୋହୂ, ନାତି, ନାତୁଣୀ ଏପରି ୧୦ପ୍ରାଣୀ। ଝାଟିମାଟି କୁଡ଼ିଆରେ ସପରିବାର ଏକାଠି ରହନ୍ତି। ଅତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ପରଘରେ ମୂଳ ଲାଗି ପରିବାର ଚଳାଇଥାନ୍ତି। ଜମି ଖଣ୍ଡିଏ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ତାଙ୍କ ଘରେ ଏକ ନାଗସାପ ଦେଖା ଦେଇଥିଲା। ସାପକୁ ଧରିବା ପାଇଁ ପରିବାର ସହ ଗାଁବାସୀଙ୍କ ଉଦ୍ୟମ କରିଥିଲେ। ସାପକୁ ଖୋଜି ଧରିବା ବେଳକୁ ଗୋଟାଏ ପରେ ଗୋଟାଏ ନାଗ ଛୁଆ ବାହାରିବାକୁ ଲାଗିଲା। ପରିବାର ଲୋକେ ସବୁ ଛାନିଆ। ଶେଷରେ ସାପ ଧରାଳିର ସହାୟତା ଲୋଡ଼ା ପଡ଼ିଥିଲା। ସାପ ଧରାଳି ଆସି ସାପ ଧରିବାକୁ ପ୍ରୟାସ କଲେ। ହେଲେ ସେତେବେଳକୁ ସମ୍ପୂର୍ଣ୍ଣ ଘର ଖୋଳାଖୋଳି କରି ଛିନ୍ନଛତ୍ର ହୋଇଗଲା। ଶେଷରେ ସାତଟି ନାଗସାପ ଛୁଆକୁ ଧରାଯାଇଥିଲା।

- Advertisement -

ବହୁ ଖୋଜିବା ପରେ ବି ମାଆ ନାଗସାପକୁ ଠାବ କରାଯାଇପାରି ନାହିଁ। ସାପ ପାଇଁ ଘରସବୁ ଭଙ୍ଗାଯିବା ପରେ ଏବେ ଘାସିରାମଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ଏବେ ବର୍ଷାଦିନ। କେଉଁଠି ଆଶ୍ରୟ ନେବେ ପରିବାର ଘୋର ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ବିଷୟକୁ ନେଇ ଗାଁଲୋକେ ସ୍ଥାନୀୟ ସରପଞ୍ଚ ବିଶ୍ବମ୍ବର ମହଲାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଉକ୍ତ ପରିବାରକୁ ଗାଁରେ ଥିବା ନୂତନ ଗୋଷ୍ଠୀ କେନ୍ଦ୍ର ଠାରେ ଆଶୟ ନେବାପାଇଁ ବ୍ୟବସ୍ଥା କରିଛନ୍ତି। ଅପରପକ୍ଷେ ବେସାହାରା ହୋଇପଡ଼ିଥିବା ଘାସିରାମ ମହଲା ଅତ୍ୟନ୍ତ ଗରିବ ହୋଇଥିଲେ ହେଁ ଖଣ୍ଡିଏ ଘର ପାଇବା ପାଇଁ ଆଶା ବାନ୍ଧିଛନ୍ତି। ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଦୃଷ୍ଟିଦେଇ ତାଙ୍କୁ ଘର ଖଣ୍ଡିଏ ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories