www.samajalive.in
Monday, December 15, 2025
26.1 C
Bhubaneswar

ଭଗବାନ ବିଷ୍ଣୁ ହସ୍ତରେ ଥିବା ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ମହତ୍ତ୍ୱ

ଭଗବାନ ବିଷ୍ଣୁ ତ୍ରିଦେବଙ୍କ ମଧ୍ୟରୁ ଜଣେ। ପୌରାଣିକ ମାନ୍ୟତା ଅନୁଯାୟୀ, ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ, ଭଗବାନ ବିଷ୍ଣୁ ପାଳନକର୍ତ୍ତା ଓ ପ୍ରଭୁ ଶିବ ଶଙ୍କର ସଂହାରକର୍ତ୍ତା। ପ୍ରଭୁ ବିଷ୍ଣୁଙ୍କର ପତ୍ନୀ ମା’ଲକ୍ଷ୍ମୀ। ପ୍ରଭୁ ବିଷ୍ଣୁ  ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବାର ମହତ୍ତ୍ୱ ବିଷୟରେ ଜାଣନ୍ତୁ….
ଭଗବାନ ବିଷ୍ଣୁଙ୍କ ସ୍ୱରୂପ –
ବିଷ୍ଣୁ ପୁରାଣ ଅନୁଯାୟୀ, ସାଗର ମଧ୍ୟରେ ବାସୁକୀ ନାଗ ଉପରେ ବିରାଜିତ ଭଗବାନ ବିଷ୍ଣୁଙ୍କର ୪ ଭୁଜ। ତାଙ୍କର ଗୋଟିଏ ହାତରେ ଶଙ୍ଖ, ୨ୟ ହସ୍ତରେ ସୁଦର୍ଶନ ଚକ୍ର, ତୃତୀୟରେ ଗଦା, ଚତୁର୍ଥ ହସ୍ତରେ ପଦ୍ମ ରହିଥାଏ। ଭଗବାନ ନିଜ ହସ୍ତରେ ଧାରଣ କରୁଥିବା ଏହି ସମସ୍ତ ଜିନିଷର ମହତ୍ତ୍ୱ ରହିଛି। ଜାଣନ୍ତୁ ….
ସୁଦର୍ଶନ ଚକ୍ର –
ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କର ଶସ୍ତ୍ର। ଏହି ଚକ୍ର ଲକ୍ଷ୍ୟ ପ୍ରତି ସର୍ବଦା ସ୍ଥିର ରହିବାବାକୁ  ପ୍ରେରଣା ଦେଇଥାଏ। ଲକ୍ଷ୍ୟ ସଠିକ ରହିଲେ ଜୀବନରେ ସଫଳତା ମିଳିଥାଏ। ଏହାର ଦୂରଦର୍ଶିତାର ପ୍ରତୀକ ଅଟେ।
ଶଙ୍ଖର ପ୍ରତୀକ –
ଶଙ୍ଖର ଧ୍ୱନି ଜୀବନରେ ସକରାତ୍ମକ ଶକ୍ତିର ସଞ୍ଚାର କରିବାର ପ୍ରତୀକ। ଶଙ୍ଖରୁ ବାହାରୁଥିବା ଧ୍ୱନିରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଏହା ଓଁ ଧ୍ୱନି ସହ ସମାନ ବୋଲି କୁହାଯାଏ। ଏହି ଶଙ୍ଖ ଧ୍ୱନି ଆମ ଅନ୍ତରାତ୍ମା ଓ ଚେତନାକୁ ଜାଗ୍ରତ କରିବାକୁ ପ୍ରେରଣା ଦେଇଥାଏ।
ଗଦାର ମହତ୍ତ୍ୱ –
ଭଗବାନ ବିଷ୍ଣୁଙ୍କ ହାତରେ ଥିବା ଗଦା ବଳ ଓ ଶକ୍ତିର ପ୍ରତୀକ। ଏହା ଦୁଷ୍ଟ ଚରିତ୍ରର ବ୍ୟକ୍ତିଙ୍କ ପାଇଁ ଭୟର କାର୍ଯ୍ୟ କରିଥାଏ। ସଜ୍ଜନ ବା ସାଧୁମାନଙ୍କ ପାଇଁ ରକ୍ଷାର ପ୍ରତୀକ।
ପଦ୍ମର ପ୍ରତୀକ –
ଏହି ଫୁଲ ଏକାଗ୍ରତା ଓ ସତ୍ୟତାର ପ୍ରତୀକ ବୋଲି ବିବେଚନା କରାଯାଏ। ଯେଉଁପ୍ରକାରେ ପଦ୍ମଫୁଲ ପଙ୍କରେ ରହି ମଧ୍ୟ ସ୍ୱଚ୍ଛ ଓ ସୁନ୍ଦର ଭାବେ ରହିଥାଏ। ସେହିପରି ପ୍ରତ୍ୟେକ ବ୍ୟକ୍ତି ସଂସାରର ମାୟାରେ ରହି ମଧ୍ୟ ନିଜେ ନିଷ୍ପାପି ଓ ସାଧୁତା ଆଚରଣ ରହିବା ଉଚିତ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories