www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସକୁ ଆକ୍ରମଣ କରି ଖସି ଯିବାକୁ ଉଦ୍ୟମ ବେଳେ ହୋଇଥିଲା ଏନକାଉଣ୍ଟର: ଭିସି ସଜ୍ଜନାର

ହାଇଦ୍ରାବାଦ: ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଶୁକ୍ରବାର ସକାଳେ ଏନକାଉଣ୍ଟର କରିଛି। ଆଜି ଅପରାହ୍ନରେ ହାଇଦ୍ରାବାଦର କମିଶନର ଭିସି ସଜ୍ଜନାର ଏକ ସାମ୍ବାଦିକ ସମ୍ମିଳନୀର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଯେଉଁ ସ୍ଥାନରେ ପୀଡିତାଙ୍କୁ ହତ୍ୟା କରାଯାଇଥିଲା ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ସେଠାକୁ ନିଆଯାଇଥିଲା। ସେଠାରେ ପହଞ୍ଚିଲା ପରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ପୁଲିସର ଦୁଇଟି ବନ୍ଧୁକ ଛଡାଇ ନେଇଥିଲେ। ଏହା ପରେ ବାଧ୍ୟ ହୋଇ ପୁଲିସ ଏନକାଉଣ୍ଟର କରିଥିଲା। ପୁଲିସ ଗୁଳିରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଏସଆଇ ଓ କନେଷ୍ଟବଲ ଆହତ ହୋଇଛନ୍ତି। ଏମାନେ ସମସ୍ତେ କର୍ଣ୍ଣାଟକ-ତେଲେଙ୍ଗାନାର କେତେକ ମାମଲାରେ ସଂପୃକ୍ତ ଥିବା ଜଣାପଡିଛି। ଶୁକ୍ରବାର ସକାଳ ୫.୪୫ରୁ ୬.୧୫ ମଧ୍ୟରେ ଏହି ଏନକାଉଣ୍ଟର କରାଯାଇଥିଲା। ଏନକାଉଣ୍ଟର ପରେ ସେମାନଙ୍କ ଡିଏନ୍‌ଏ ଚେଷ୍ଟା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories