www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ କାହିଁକି ହୋଇଥିଲା ପ୍ରଭୁ ଶିବ ଓ ହନୁମାନଙ୍କ ମଧ୍ୟରେ ଯୁଦ୍ଧ

ପ୍ରଭୁ ହନୁମାନଙ୍କୁ ଭଗବାନ ଶିବଙ୍କ ଅବତାର ବୋଲି କୁହାଯାଏ । ତେବେ ଭଗବାନ ଶିବ ଓ ହନୁମାନଙ୍କ ମଧ୍ୟରେ ଏକଦା ଯୁଦ୍ଧ ମଧ୍ୟ ହୋଇଥିଲା । ଏହା ଖୁବ୍‌ କମ୍‌ ଲୋକେ ଜାଣନ୍ତି । ଏନେଇ ଏକ କଥା ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ..
ଯେଉଁ ସମୟରେ ପ୍ରଭୁ ଶ୍ରୀରାମ ଅଶ୍ୱମେଧ ଯଜ୍ଞ କରିଥିଲେ, ସେହି ସମୟରେ ଯଜ୍ଞର ଯୋଡା ଭ୍ରମଣ କରି କରି ଦେବପୁର ନାମରେ ଏକ ନଗରରେ ପହଞ୍ଚିଥିଲା । ସେହି ନଗରର ରାଜାଙ୍କ ନାମ ବୀରମଣି ଥିଲା । ବୀରମଣି ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ । ତେଣୁ ଦେବପୁରର ରକ୍ଷା ସ୍ୱୟଂ ଭଗବାନ ଶଙ୍କର ସର୍ବଦା କରି ଥାନ୍ତି । ବୀରମଣିଙ୍କ ପୁତ୍ର ରୁକ୍ମାଙ୍ଗଡା ଯଜ୍ଞର ଘୋଡା ଦେଖିବା ମାତ୍ରେ ବନ୍ଦି କରି ଦେଇଥିଲେ । ଏହି କଥା ଘୋଡାର ରକ୍ଷା କରୁଥିବା ଶତ୍ରୁଘ୍ନ ଜାଣି ପାରି ସେ ଦେବପୁରରେ ଆକ୍ରମଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଶତ୍ରୁଘ୍ନ ଓ ରାଜା ବୀରମଣିଙ୍କ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ପ୍ରଭୁ ହନୁମାନ ବୀରମଣିଙ୍କ ସୈନ୍ୟର ସଂହାର କରିବାକୁ ଲାଗିଲେ । ପ୍ରଭୁ ରାମଙ୍କ ଭାଇ ଭରତଙ୍କ ପୁତ୍ର ପୁଷ୍କାଲ ରାଜା ବୀରମଣିଙ୍କୁ ଆହତ କରିଦେବା ପରେ ତାଙ୍କ ସୈନ୍ୟ ଜୀବନ ବଞ୍ଚାଇ ପଳାଇବାକୁ ଲାଗିଲେ । ଭଗବାନ ଶିବ ନିଜ ଭକ୍ତଙ୍କ ଏପରି ଅବସ୍ଥା ଦେଖି ଯୁଦ୍ଧ କରିବାକୁ ଆରମ୍ଭ କଲେ । ଭଗବାନ ଶିବଙ୍କୁ ଯୁଦ୍ଧ କରିବା ଦେଖି ଶତ୍ରୁଘ୍ନ ମଧ୍ୟ ସେଠାକୁ ଆସିଥିଲେ । ଏହାପରେ ଭୟଙ୍କର ଯୁଦ୍ଧ ହେଲା । ଭଗବାନ ଶିବ ବୀରଭଦ୍ରଙ୍କୁ ପୁଷ୍କାଲଙ୍କ ସହ ନନ୍ଦିଙ୍କୁ ହନୁମାନଙ୍କ ସହ ଯୁଦ୍ଧ କରିବାକୁ ପଠାଇଥିଲେ । ବୀରଭଦ୍ର ଓ ପୁଷ୍କାଲଙ୍କ ଯୁଦ୍ଧ ୫ ଦିନ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଶେଷରେ ବୀରଭଦ୍ର ପୁଷ୍କାଲଙ୍କ ବଧ କରିଥିଲେ । ଏହାପରେ ଶତ୍ରୁଘ୍ନ କ୍ରୋଧରେ ଆସି ଶିବଙ୍କ ସହ ଯୁଦ୍ଧ କରିବାକୁ ଲାଗିଲେ । ୧୧ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବାକୁ ଲାଗିଲା । ଶେଷଙ୍କ ପ୍ରଭୁ ଶିବଙ୍କ ପ୍ରହାରରେ ଶତ୍ରୁଘ୍ନ ଚେତାଶୂନ୍ୟ ହୋଇ ଯାଇଥିଲେ । ଏହାଦେଖି ପ୍ରଭୁ ହନୁମାନ ସ୍ୱୟଂ ଶିବଙ୍କ ସହ ଯୁଦ୍ଧ କରିବାକୁ ଲାଗିଲେ । ହନୁମାନ ସେହି ସମୟରେ ପ୍ରଭୁ ଶିବଙ୍କୁ ପଚାରିଲେ, ଆପଣ ତ ରାମ ଭକ୍ତ, ତା’ହେଲେ ଆମ ସହ ଯୁଦ୍ଧ କାହିଁକି କରୁଛନ୍ତି । ସେହି ସମୟରେ ପ୍ରଭୁ ଶିବ ଉତ୍ତର ଦେଇ କହିଥିଲେ, ମୁଁ ରାଜା ବୀରମଣିଙ୍କୁ ତାଙ୍କ ରାଜ୍ୟ ରକ୍ଷା କରିବା ପାଇଁ ବଚନ ଦେଇଥିବାରୁ ଯୁଦ୍ଧ କରିବାକୁ ବାଧ୍ୟ । ଏହାପରେ ପ୍ରଭୁ ହନୁମାନ ଓ ଶିବଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବାକୁ ଲାଗିଲା । ଏହାପରେ ହନୁମାନଙ୍କ ପରାକ୍ରମ ଦେଖି ପ୍ରସନ୍ନ ହୋଇ ଶିବ ତାଙ୍କୁ ବରଦାନ ମାଗିବାକୁ କହିଲେ । ସେହି ସମୟରେ ହନୁମାନ କହିଲେ, ଏହି ଯୁଦ୍ଧରେ ଭରତଙ୍କ ପୁଅ ପୁଷ୍କାଲଙ୍କ ମୃତ୍ୟୁ ହୋଇଛି, ଶତ୍ରୁଘ୍ନ ମଧ୍ୟ ଚେତାଶୂନ୍ୟ ରହିଛନ୍ତି, ମୁଁ ଦ୍ରୌଣଗିରି ପର୍ବତରୁ ସଞ୍ଜିବନୀ ଔଷଧ ଆଣିବାକୁ ଯାଉଛି, ସେ ପର୍ଯ୍ୟନ୍ତ ଆପଣ ତାଙ୍କ ଶରୀରର ରକ୍ଷା କରନ୍ତୁ । ଶିବ ହନୁମାନଙ୍କୁ ଏହି ବରଦାନ ଦେଇଥିଲେ ।
ଏହାପରେ ପ୍ରଭୁ ହନୁମାନ ତୁରନ୍ତ ଦ୍ରୌଣଗିରି ପର୍ବତ ଯାଇ ସଞ୍ଜିବନୀ ଆଣି ପୁନଃ ଯୁଦ୍ଧ ଭୂମିକୁ ଫେରି ଆସି ପୁଷ୍କାଲଙ୍କୁ ଜୀବିତ କରିବା ସହ ଶତ୍ରୁଘ୍ନଙ୍କୁ ସୁସ୍ଥ କରିଥିଲେ । ଏହାପରେ ଶତ୍ରୁଘ୍ନ ଓ ଭଗବାନ ଶିବଙ୍କ ମଧ୍ୟରେ ପୁଣି ଯୁଦ୍ଧ ହେବାକୁ ଲାଗିଲା । ଶତ୍ରୁଘ୍ନ ଶିବଙ୍କ ସହ ଯୁଦ୍ଧ ନଜିତି ପାରିବା ପରେ ପ୍ରଭୁ ହନୁମାନ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରିବାକୁ କହିଲେ । ଏହାପରେ ଶତ୍ରୁଘ୍ନ ଏପରି ହିଁ କରିଥିଲେ । ପ୍ରଭୁ ଶ୍ରୀରାମଙ୍କୁ ଯୁଦ୍ଧ ଭୂମିରେ ଦେଖି ପ୍ରଭୁ ଶିବ ତାଙ୍କ ଶରଣରେ ଯିବା ସହ ବୀରମଣି ଓ ଅନ୍ୟ ଯୋଦ୍ଧାଙ୍କୁ ମଧ୍ୟ ସେପରି କରିବାକୁ କହିଥିଲେ । ବୀରମଣି ଯଜ୍ଞର ଘୋଡାକୁ ପ୍ରଭୁ ଶ୍ରୀରାମଙ୍କୁ ଫେରାଇ ଦେଲେ । ନିଜ ରାଜ୍ୟ ମଧ୍ୟ ଅର୍ପଣ କରିଥିଲେ । ଏହାପରେ ଯୁଦ୍ଧ ସମାପ୍ତ ହୋଇଥିଲା ।

ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories