www.samajalive.in
Saturday, December 6, 2025
14.1 C
Bhubaneswar

ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ପ୍ରଭୁ ହନୁମାନଙ୍କ ପଞ୍ଚମୁଖୀ ଅବତାର ଫଟୋ, ମିଳିବ ଶୁଭଫଳ

ସଭିଁଙ୍କ ପୂଜା ଘରେ ପ୍ରଭୁ ହନୁମାନଙ୍କ ଫଟୋ ରହିଛି। ମାତ୍ର ପ୍ରଭୁଙ୍କର ପଞ୍ଚମୁଖୀ ଅବତାର ଥିବା ଫଟୋ ଗୃହର କେଉଁ ସ୍ଥାନରେ ଲଗାଇଲେ କି ଫଳ ପ୍ରାପ୍ତି ହୋଇଥାଏ, ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏ ବିଷୟରେ ….
ଯଦି ଆପଣଙ୍କ ଜୀବନରେ ଓ ପରିବାରରେ ସମସ୍ୟା ଲାଗି ରହୁଛି ତେବେ ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ଅବତାର ଫଟୋ ନିଶ୍ଚୟ ଲଗାନ୍ତୁ। ଏହି ସମସ୍ୟା ଦୂର ହେବ। ଘରେ ସୁଖସମୃଦ୍ଧି ଭରିଯିବ। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରଭୁ ନିଜର ଏହି ଅବତାରରେ ରାବଣର ଭାଈ ଅହିରାବଣର ବଧ କରିଥିଲେ।
ହନୁମାନଙ୍କର ପଞ୍ଚମୁଖୀ ଅବତାରରେ ଏହି ପାଞ୍ଚଟି ମୁଖ ହେଉଛି ବାନର, ଗରୁଡ଼, ବରାହ, ଅଶ୍ୱ ଓ ନୃସିଂହଙ୍କ ମୁଖ। ଏହି ଅବତାରରେ ପ୍ରଭୁ ଭକ୍ତମାନଙ୍କ ସମସ୍ତ ଦୁଃଖଦୁର୍ଦ୍ଦଶା ଦୂର କରନ୍ତି। ପ୍ରଭୁଙ୍କର ପ୍ରତ୍ୟେକ ମୁଖର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି।
ବାନର ମୁଖ ସମସ୍ତ ଶତ୍ରୁଙ୍କ ଠାରୁ ରକ୍ଷା କରିଥାଆନ୍ତି।
ଗରୁଡ଼ ମୁଖ ସମସ୍ତ ସମସ୍ୟାକୁ ଦୂର କରିଥାଆନ୍ତି।
ବରାହ ମୁଖ ସମୃଦ୍ଧି, ଦୀର୍ଘାୟୁ, ପ୍ରଦାନ କରିଥାଆନ୍ତି।
ନୃସିଂହ ମୁଖ ବିଭିନ୍ନ ସମସ୍ୟା, ଦୁଃଖ ଦୂର କରିଥାଆନ୍ତି।
ଅଶ୍ୱ ମୁଖ ସମସ୍ତ ମନସ୍କାମନା ପୂରଣ କରିଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories