www.samajalive.in
Saturday, December 6, 2025
26.1 C
Bhubaneswar

୨୧ରେ ବିଜେପୁର ଉପନିର୍ବାଚନ

ନୂଆଦିଲ୍ଲୀ: ଓଡ଼ିଶାର ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଶନିବାର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଗୋଟିଏ ଦିନରେ ମହାରାଷ୍ଟ୍ର, ହରିୟାଣା ବିଧାନସଭା ନିର୍ବାଚନ ସମତେ ଓଡ଼ିଶାର ବିଜେପୁରରେ ଉପନିର୍ବାଚନ ହେବ ବୋଲି ଆରୋରା ସୂଚନା ଦେଇଛନ୍ତି। ନିର୍ବାଚନ ଲାଗି ସେପ୍ଟେମ୍ବର ୨୩ରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିବ। ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୨୧ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୨୪ ତାରିଖରେ ଗଣତି ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଏବଂ ବିଜେପୁର ୨ଟି ସ୍ଥାନରୁ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ। ପରେ ସେ ବିଜେପୁର ଛାଡ଼ିଥିଲେ। ଏହା ପରେ ସେହି ଆସନ ଖାଲି ପଡ଼ିଥିଲା। ୨୦୧୪ ନିର୍ବାଚନରେ ଏଠାରୁ କଂଗ୍ରେସର ସୁବଳ ସାହୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିବା ସହିତ ବିଜେଡି ଟିକେଟରେ ଉପନିର୍ବାଚନ ଜିତିଥିଲେ।

- Advertisement -

ବର୍ତ୍ତମାନ ନବୀନ ବିଜେପୁର ଛାଡ଼ିବା ପରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବ ଥର ଭଳି ବିଜେଡି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଆଶାବାଦୀ ରହିଛି। ସେହିପରି ବିଜେପି ଗତ ନିର୍ବାଚନରେ ୫୪ ହଜାର ଭୋଟ ପାଇଥିବାରୁ ଉପନିର୍ବାଚନରେ ମଧ୍ୟ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛି। ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଏହି ଆସନରୁ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଅନ୍ୟପଟେ କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁରରେ ଦଳର ସ୍ଥିତି ଶୋଚନୀୟ ରହିଛି। ପୂର୍ବ ଉପନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି। ବିଶେଷ କରି ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ବିୟୋଗ ଏବଂ ତାଙ୍କ ପତ୍ନୀ ରୀତା ସାହୁଙ୍କ ବିଜେଡିରେ ଯୋଗଦାନ ପରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ଆଲୋଚନା ହେଉଛି। ଗତ ନିର୍ବାଚନରେ କଂଗେସ୍ର ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories