www.samajalive.in
Monday, December 8, 2025
14.1 C
Bhubaneswar

ପୁଣି ଲୁଟିଲେ ଲୁଟିଆ

ଗଡମଧୁପୁର/ଧର୍ମଶାଳା :  କିଛି ଦିନର ବିରାମ ପରେ ୫୩ ନଂ ଜାତୀୟ ରାଜପଥରେ ପୁଣି ମାତିଛନ୍ତି ଲୁଟିଆ । ଜେନାପୁର ଥାନା ଅଧିନରେ ରାସ୍ତା ପାଖରେ ଥିବା ଜାତୀୟ କରଣ ବ୍ୟାଙ୍କ ଉପଭୋକ୍ତାଙ୍କୁ  ନିସାଣ କରୁଛନ୍ତି । କନ୍ତପଡା ଠାରେ ଥିବା ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ଠାରୁ ବାରକଣା ରାସ୍ତା ପାଶ୍ୱର୍ରୁ ଲକ୍ଷାଧିକ ଟଙ୍କା ଲୁଟ ପୂର୍ବରୁ ଛୋଟ ଝିଅକୁ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ କବାଟବନ୍ଧ ଶାଖାରୁ ଟଙ୍କା ଉଠାଣ କରି ଫେରୁଥିବା ମାଆ ଓ ଝିଅଙ୍କ ଠାରୁ ବନ୍ଧୁକ ଦେଖାଇ ଦିବାଲୋକରେ ଲୁଟପରେ ଅନେକ ଛୋଟ ମୋଟ ଚେନ ଛିନତାଇ ପରେ ଆଜି ଏହାର ପୁନରାବୃତ୍ତି ହୋଇଛି । ଦିବାଲୋକରେ ଲୋକଙ୍କ ଉପସ୍ଥିତିରେ ଲୁଟିଆ ଏକ ମୋଟର ସାଇକେଲରେ ଦ୍ରୁତ ଗତିରେ ଆସି ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଥିବାର ଦେଖାଯାଇଛି । ମହିଳା ଜଣକ ସାହାଣିଡିହ ପଂଚାୟତର ରାମଚନ୍ଦ୍ରପୁର ଗାଁର ସଦାନନ୍ଦ ସ୍ୱାଇଁଙ୍କ ପତ୍ନୀ ସୋଲି ସ୍ୱାଇଁ ହୋଇଥିବା ବେଳେ ସେ ଆଜି ଚଢେଇଧରା ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରୁ ୩୦ ହଜାର ଟଙ୍କା ଉଠାଣ କରି ନିଜ ପୁତୁରା ସୁଦାମ ସ୍ୱାଇଁ ସହିତ ଘରକୁ ଫେରୁଥିବା ବେଳେ ରାଣିବନ୍ଧ ପୋଲ ନିକଟରେ ଲୁଟର ଶିକାର ହୋଇଛନ୍ତି । ଲୁଟିଆ ଟଙ୍କା ଲୁଟ କରି ବ୍ରାହ୍ମଣି ସେତୁ ଅଭିମୁଖେ ଚାଲିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ବାରମ୍ବାର ଏହି ଅଂଚଳରୁ ଲୁଟ ଛିନ୍ତାଇ ହେଉଥିଲେ ମଧ୍ୟ ଲୁଟିଆକୁ ଧରିବାରେ ପୁର୍ବରୁ ଜେନାପୁର ପୁଲିସ ବିଫଳ ହୋଇଥିବା ବେଳେ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories