www.samajalive.in
Monday, December 15, 2025
14.1 C
Bhubaneswar

ବିଦ୍ୟାଳୟରୁ ପୁଣି ଚୋରି ଉଦ୍ୟମ, ଗ୍ରାମବାସୀଙ୍କ ଅସନ୍ତୋଷ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ତିନୋଟି ବିଦ୍ୟାଳୟରୁ ତାଲାଭାଙ୍ଗି ଚୋରି ଉଦ୍ୟମ କରାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ଦୁତିମେଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାଲାଭାଙ୍ଗି ଚାଉଳ ଚୋରି ହୋଇଥିବା ବେଳେ ଆଜି ପୁଣିଥରେ ଉକ୍ତ ବିଦ୍ୟାଳୟରୁ ଚୋରି ଉଦ୍ୟମ ହୋଇଛି। ପ୍ରଥମ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ୍‍ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିବା ବେଳେ ପୁଣିଥରେ ଚୋରି ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି।

ଦୀର୍ଘମାସ ଧରି ବିଦ୍ୟାଳୟଗୁଡ଼ିକରେ ତାଲାପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ଚୋରି କରିବା ଆରମ୍ଭ କରିଛନ୍ତି। ତେବେ ଉକ୍ତ ବିଦ୍ୟାଳୟର ତାଲାଭାଙ୍ଗି ଚୋରମାନେ ଚୋରି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଜିନିଷ ନ ପାଇବାରୁ ସେମାନେ ଦୁତିମେଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରୁ ପିଲାମାନଙ୍କ ପାଇଁ ରଖାଯାଇଥିବା କିଛି ଅଣ୍ଡା ଚୋରି କରି ନେଇଛନ୍ତି। ସେହିଭଳି ସମ୍ବେପଦର ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ଚୋରି ପାଇଁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ୍‍ ସଂପୃକ୍ତ ଅଞ୍ଚଳ ମାନଙ୍କରେ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଯୋଗୁଁ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଖଜୁରିପଡ଼ା ସମେତ ଆଖ ପାଖ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଏଭଳି ସ୍ଥଳେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଉତ୍କଳମଣି ଯୁବକ ସଂଘର ସମୀର ପ୍ରସାଦ ଝାଙ୍କର, ଆସ୍ତିକ ମଲିକ, ଦେବରାଜ ମୁଖୀ, ବିରଂଚି ମୁଖୀ, ଗୋଲକବିହାରୀ ମଲିକ ଓ ଅନ୍ୟମାନେ ଦାବୀ କରିଛନ୍ତି। ତେବେ ଆଜି ବିଦ୍ୟାଳୟରୁ ଚୋରି ଉଦ୍ୟମ ନେଇ ସିଆରସିସି ରଘୁନାଥ କହଁର ଖଜୁରିପଡ଼ା ଥାନାରେ ଲିଖିତ ଭାବେ ଅଭିଯୋଗ ପରେ ପୁଲିସ୍‍ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories