www.samajalive.in
Monday, December 15, 2025
26.1 C
Bhubaneswar

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ସୁନା ଗହଣା ଓ ଟଙ୍କା

ରେଙ୍ଗାଲିକ୍ୟାମ୍ପ – ବଢୁଛି ଆତଙ୍କ, ବଢୁଛି ଅସାମାଜିକ କାର୍ଯ୍ୟ କଳାପ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହିର୍ଲ୍ଲୀ ପାଲି ଗ୍ରାମର ମଙ୍ଗଳ ପ୍ରଧାନ ଙ୍କ ଘରେ ସନ୍ଧ୍ୟ ସମୟରେ ସଶସ୍ତ୍ର ଲୁଚ୍ । ସନ୍ଧ୍ୟା ୮ଟା ୫୦ମିନିଟ ସମୟରେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘର କୁ ପଶି ଯାଇ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଇ ଘରର ସମସ୍ତ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଆସ୍ତ୍ରଶସ୍ତ୍ର ଦେକି ଘର ଲୋକେ ଆତଙ୍କିତ ହୋଇ ପାଟି ତୁଣ୍ଡ କରି ନପାରି ଜୀବନ ଭୟରେ ପିନ୍ଧିଥିବା ଦେଢ଼ ଭରିର ସୁନା ଗହଣା ଓ ଘରେ ରଖିଥିବା ନଗଦ ୧୦ହଜାର ଟଙ୍କା ଦେଇଥିଲେ । ଦୁର୍ବୃତ୍ତମାନେ ଟଙ୍କା ଏ ସୁନା ନେଇ ଚମ୍ପଟ ମାରିଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ଏହାର ତଦନ୍ତ ଆରମ୍ଭ କରିଛି । ନିକଟସ୍ଥ ବସ୍‌ଷ୍ଟାଣ୍ଡରେ ମଧ୍ୟ ରାତି ସମୟରେ ମୁଖା ପିନ୍ଧା ଲୁଟେରା ଯାତ୍ରୀ ଏବଂ ସାଧାରଣ ପଥଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି । ପୁଲିସ୍‌ ପାଟ୍ରୋଲିଂକୁ କଡା କଡି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories