ଲାମେର ଗ୍ରାମ ସଭା ପକ୍ଷରୁ ଖଣି ସର୍ଭେ କୁ ବିରୋଧ, ଜଙ୍ଗଲ ର ଗଛ କାଟି ବେନିୟମ ଭାବେ ଚାଲିଛି ଖଣି ସର୍ଭେ

ମ,ରାମପୁର – କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଲାମେର୍ ଗ୍ରାମ ସଭା ତରଫରୁ ସେଠାରେ କରାଯାଉଥିବା ଖଣି ସର୍ଭେ କୁ ବିରୋଧ ପ୍ରଦର୍ଶନ କରିବା ସହିତ ଜଙ୍ଗଲ ସୁରକ୍ଷା ଦାବି କରା ଯାଇଛି । ଆଜି ଏହି ଗ୍ରାମ ସଭା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ, ଗ୍ରାମ ସଭା ପକ୍ଷ ରୁ ଏହି ସର୍ଭେ ସମୟ ରେ ହେଉଥିବା ନିୟମ ର ଉଲଂଘନ କୁ ବିରୋଧ କରା ଯାଇ କୁହା ଯାଇଛି ଯେ, ଲାମେର ଗ୍ରାମ ସଭା କୁ ୨୦୧୦ ମସିହାରେ ଶିରୋନାମା ମିଳୁଥିବା ବେଳେ ୧୩ ତାରିଖ ଜାନୁଆରୀ ୨୦୧୭ ମସିହାରେ ଉତ୍ତର ବନଖଣ୍ଡ ତରଫରୁ ବିଦ୍ଧି ବଦ୍ଧ ଭାବେ ଟ୍ରା ଞ୍ଜିଟ ପରମିଟ ପ୍ରଦାନ କରା ଯାଇଛି ।

ସେହି ଦିନ ଠାରୁ ଏହି ଗ୍ରାମ ସଭା ତରଫରୁ ଜଙ୍ଗଲ ସୁରକ୍ଷା, ବାଉଁଶ ବିକ୍ରୟ, ପ୍ରଭୃତି ହୋଇଆସୁଛି। ଜଙ୍ଗଲ ପଦା ହେବାକୁ ବସିଥିବା ବେଳେ ପୁଣି ଥରେ ଏହା ଘଞ୍ଚ ଜଙ୍ଗଲ ହୋଇଛି। ବେଆଇନ କାଠ ଚୋରା ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ ହୋଇ ଥିବା ବେଳେ ଏହି ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ସହିତ ଗ୍ରାମ ସଭା କୁ ଆର୍ଥିକ ରୋଜଗାର ର ମଧ୍ୟ ମିଳିଛି । ତେଣୁ ଏହି ଜଙ୍ଗଲ ଟି ସମ୍ପୂର୍ଣ ଭାବେ ଏହି ଗ୍ରାମ ସଭା ଅଧୀନ ରେ ଥିବା ବେଳେ ଏହି ଗ୍ରାମ ସଭା ର ବିନା ପରାମର୍ଶ ରେ ଗୋଷ୍ଠୀ ଜଙ୍ଗଲ ଅଞ୍ଚଳ ରେ ଖଣି ସମ୍ପର୍କିତ ସର୍ଭେ ପାଇଁ ଡି ଏଫ୍ ଓ ( ନର୍ଥ) ଅନୁମତି ପତ୍ର ସଂଖ୍ୟା (ସି ୨୭୮/୧୯/୦୭/୨୦୨୩) ଜଙ୍ଗଲ ଅଧିକାର ଆଇନ ର ସମ୍ପୂର୍ଣ୍ଣ ଉଲଂଘନ କରୁଛି। ଏହି ଅନୁମତି ପତ୍ର ରେ ଦିଆ ଯାଇଥିବା ସର୍ତ୍ତାବଳୀ କୁ ସର୍ଭେ କରୁଥିବା ସଂସ୍ଥା ନିୟମ ଉଲଂଘନ କରି ଜଙ୍ଗଲ, ଜୀବ ଜନ୍ତୁ ଙ୍କ ଆବାସ ସ୍ଥଳୀ, ଲଘୁ ବନଜାତ ଦ୍ରବ୍ୟ ଗୁଡ଼ିକ ର ଉତ୍ସ ଓ ପରିବେଶ କୁ ନଷ୍ଟ କରି ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ କୁ ଉଲଂଘନ କରୁଛି। ସର୍ଭେ କରୁଥିବା ସଂସ୍ଥା ଜଙ୍ଗଲରେ ଥିବା ବଡ ଗଛକାଟି ପଦା କରୁଥିବା ଦେଖିବାକୁ ମିଳିଛି। ସର୍ଭେ ନାଁ ରେ ଶହ ଶହ ସଂଖ୍ୟାରେ ଗଛ କଟା ଯାଉଛି।ଏ

ହା ଦ୍ବାରା ଆଦିବାସୀ ଓ ବନ୍ୟ ଜନ୍ତୁଙ୍କ ଖାଦ୍ୟ ନିରାପତ୍ତା ରେ ମଧ୍ୟ ବାଧା ଉପୁଜିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ର ଧାରା ୫ ପ୍ରାବଧାନ ଅନୁସାରେ ଗ୍ରାମ ର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନ ବାସୀଙ୍କ ଖାଦ୍ୟ ନିରାପତ୍ତା ଓ ଜୀବିକା କୁ ସୁନିଶ୍ଚିତ କରିବା ସହିତ ଜଙ୍ଗଲ, ବନ୍ୟ ପ୍ରାଣୀ ଓ ଜୈବ ବିବିଧତା କୁ ପ୍ରଭାବିତ କରୁଥିବା କାର୍ଯ୍ଯ କୁ ବନ୍ଦ୍ କରି ତାକୁ ସୁରକ୍ଷା ସୁନିଶ୍ଚିତ କରିବା ଲାମେର ଗ୍ରାମ ସଭା ର ଆଇନ ଗତ କ୍ଷମତା ରହିଛି। ଏଣୁ ଏହି କ୍ଷମତା ବଳରେ ଉପରୋକ୍ତ ବେଆଇନ ଅନୁମତି କୁ ରଦ୍ଦ କରି ଜଙ୍ଗଲ କୁ ନଷ୍ଟ କରାଯାଉଥିବା ବେଆଇନ ସର୍ଭେ କୁ ବନ୍ଦ୍ କରାଯାଉ ବୋଲି ଗ୍ରାମ ସଭା ତରଫରୁ କାନାବାଡ଼ା, ବାଲାବାଡ଼ା ଆଞ୍ଚଳିକ ଗ୍ରାମ ମହା ସଭା ବାରବନ୍ଧା, ସଭାପତି କରୁଣା ଛତ୍ରିଆ, ସମ୍ପାଦକ ଅମର କୁମାର ପାତ୍ର, କଳାହାଣ୍ଡି ମହା ସଂଘ ସଂପାଦକ ବ୍ୟାସଦେବ ମାଝୀ, ଲାମେର ଗ୍ରାମ ସଭା ସଭାପତି ପ୍ରଫୁଲ୍ଲ ମାଝୀ, ବିନୋଦ ବିହାରୀ ମାଝୀ, ସଭ୍ୟ ସୁରେଶ ପ୍ରଧାନ, ଜଳଧର ମାଝୀ, ସନ୍ତୋଷ ମାଝୀ, ଦୁର ମନୀ ମାଝୀ, ବେଣୁ ଧର ଛତ୍ରିଆ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଳ ଙ୍କୁ ପଚାରିବାରୁ ସର୍ଭେ ପାଇଁ ଅନୁମତି ଦିଆଯାଇଛି। ସର୍ତ୍ତାବଳୀ ମଧ୍ୟ ରହିଛି। ସର୍ତ୍ତାବଳୀ ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଅଞ୍ଚଳ ରେ ୩୦ ଗୋଟି ଜିପିଏସ ଗାତ କରି ସର୍ଭେ କରିବା ପାଇଁ ଅନୁମତି ଥିବା ବେଳେ ଆମେ ସେମାନଙ୍କୁ ଯେତେ କମ୍ ରୁ କମ୍ ସଂଖ୍ୟା ରେ ଗାତ କରି ସର୍ଭେ ହୋଇପାରିବ ଓ ଜଙ୍ଗଲ ସୁରକ୍ଷା ଦିଗରେ ଦୃଷ୍ଟି ଦେବା ପାଇଁ କୁହାଯାଇଛି ବୋଲି ଉତ୍ତର ରେ କହିଥିଲେ।

Comments are closed.