www.samajalive.in
Saturday, December 6, 2025
15.1 C
Bhubaneswar

ମନ୍ଦିରରୁ ଲୁଟ ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁର ଧବଳେଶ୍ୱର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ମା’ପାର୍ବତୀଙ୍କ ସୁନା ଚେନ ଓ ରୂପା ମୁକୁଟ ଚୋରି କରିବା ସହ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି। ସେହିପରି ଦୁର୍ଗା ମନ୍ଦିରରୁ ରୂପା ମୁକୁଟ ଓ ଦାନବାକ୍ସ ଭାଙ୍ଗି ଲୁଟ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ସକାଳ ସମୟରେ ପୂଜାରୀ ମନ୍ଦିରକୁ ଯିବା ପରେ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସମ୍ପୃକ୍ତ ଘଟଣାକୁ ପୂଜାରୀ ଗ୍ରାମବାସୀଙ୍କୁ ଜଣାଇବା ପରେ ଥାନା ଅଭିଯୋଗ କରାଯାଇଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories