www.samajalive.in
Saturday, December 6, 2025
15.1 C
Bhubaneswar

ବନବାସୀଙ୍କୁ ଜଙ୍ଗଲ ଅଞ୍ଚଳରୁ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଖାରଜ ଦାବିରେ ବିକ୍ଷୋଭ

ଭୁବନେଶ୍ଵର: ଜଙ୍ଗଲରେ ବସବାସ କରୁଥିବା ଦେଶର ୧୧ ଲକ୍ଷ ଆଦିବାସୀ ପରିବାରଙ୍କୁ ଉଚ୍ଛେଦ କରିବା ନେଇ ସୁପ୍ରିମକୋର୍ଟ ଗତ ଫେବୃୟାରୀ ୧୩ରେ ଦେଇଥିବା ରାୟକୁ ଦେଶବ୍ୟାପୀ ଜନଜାତିମାନେ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିବା ଦାବିରେ ମର୍ଯ୍ୟାଦାର ସହ ବଞ୍ଚିବା ଅଭିଯାନ(ସିଏସଡି) ପକ୍ଷରୁ ଗୁରୁବାର ଭୁବନେଶ୍ଵର ଲୋୟର ପିଏମଜିରେ ଏକି ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲାରୁ ପ୍ରାୟ ୧୦ ହଜାର ଆଦିବାସୀ ଏବଂ ବନବାସୀ ସାମିଲ ହୋଇଥିଲେ। ମାଷ୍ଟର କ୍ୟାଣ୍ଟିନରୁ ସେମାନେ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସିଏସଡି ସମୟ ଜଡିନ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଏଥିରେ ଯୋଗଦେଇ ଉଦବୋଧନ ଦେଇଥିଲେ।

ଜଙ୍ଗଲ ଅଞ୍ଚଳରୁ ଆଦିବାସୀମାନଙ୍କୁ ଉଚ୍ଛେଦ କରିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଖାରଜ କରିବା, ଜାତୀୟ ବନ ନୀତି-୨୦୧୮କୁ ରଦ୍ଦ କରିବା, ଜୈବ ବିବିଧତା ଆଇନ-୨୦୦୨, ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨, ବନ ସଂରକ୍ଷଣ ଆଇନ-୧୯୮୦, ଭାରତୀୟ ବନ ଆଇନ-୧୯୨୭ ଆଦିରେ ସଂଶୋଧନ ଆଣିବା, ଗ୍ରାମସଭାର ଅନୁମୋଦନ ବିନା ଜଙ୍ଗଲ ଜମି ପରିବର୍ତ୍ତନ ନ କରିବା, ସୀମା ନିର୍ଦ୍ଧାରଣ ବିନା ଜଙ୍ଗଲ ଜମିର ଆରଓଆର ସଂଶୋଧନ ବନ୍ଦ କରିବା ଆଦି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା।

- Advertisement -

ସଭା ପରେ ସିଏସଡି ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories