www.samajalive.in
Sunday, December 14, 2025
19.1 C
Bhubaneswar

ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍ ; ୨୭ରୁ ୨୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଥାନା ବଜାର ଛକ ନିକଟରେ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦିନ ୧୦.୩୦ ସମୟରେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରୁ ଲୁଟେରାମାନେ ୨୭ରୁ ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାମାନେ ପ୍ରଥମେ ବ୍ୟାଙ୍କରେ ପଶି ୩୦ରୁ ୪୦ ଜଣ ଉପସ୍ଥିତ ଥିବା ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ଗୋଟିଏ ରୁମରେ ଭର୍ତ୍ତି କରି ତାଲା ପକାଇ ଦେଇଥିଲେ ଏବଂ ସେମାନଙ୍କଠାରୁ ସବୁ ମୋବାଇଲ ଫୋନ୍ ଛଡାଇ ନେଇଥିଲେ । ପରେ ବ୍ୟାଙ୍କର କର୍ମଚାରୀମାନଙ୍କୁ ଧରି ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମକୁ ନେଇଥିଲେ । ସେଠାରେ ଲକର ଭାଙ୍ଗି ସୁନା ଗହଣା ସହ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଲୁଟେରାମାନେ ହିନ୍ଦୀରେ କଥା ହେଉଥିବା ଜଣା ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଅନୁଗୁଳ ପୁଲିସ ଓ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତାଲା କାଟି ଗ୍ରାହକଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ୫ ଜଣ ଲୁଟେରା ୨ ବାଇକରେ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories