ଏହି ପାତ୍ରଟିର ମୂଲ୍ୟ ୧୯୭କୋଟି ଟଙ୍କା, ବିଶ୍ବାସ ନ ହେଲେ ବି କଥାଟି ସତ

0

ପୁରାତନ ଜିନିଷର ମୂଲ୍ୟ ଏବେ ମଧ୍ୟ ସର୍ବାଧିକ। ଧନିକ ତଥା ସମ୍ଭ୍ରାନ୍ତ ବର୍ଗର ଲୋକେ ଆଦୌ ଚିନ୍ତା ନ କରି ପ୍ରାଚୀନ ଜିନିଷକୁ କୋଟିକୋଟି ଟଙ୍କାରେ କିଣି ନେଉଥିବାର ଦେଖାଯାଇଛି। ଏଇ ନିକଟରେ ହଂକଂରେ ଆୟୋଜିତ ହୋଇଥିବା ଏକ ନିଲାମରେ ଚୀନା ପାତ୍ରଟି ମାତ୍ର ୫ ମିନିଟରେ ୧୯୭କୋଟି ଟଙ୍କାରେ ନିଲାମ ହୋଇଥିବାର ପ୍ରକାଶ।

ବିଶ୍ବାସ ନ ହେଉଥିଲେ ବି ଘଟଣାଟି ପ୍ରକୃତରେ ସତ। ଚୀନର ଜଣେ ଶିଳ୍ପପତି ଏହି ପାତ୍ରକୁ ଫୋନ୍ ନିଲାମ ଯୋଗେ ଡାକରାରେ ଭାଗ ନେଇ କିଣିଛନ୍ତି ହେଲେ ତାଙ୍କ ନାମ ପ୍ରକାଶ କରାଯାଇନାହିଁ। ଚୀନରେ ଶାସନ କରୁଥିବା ଚିଙ୍ଗ୍ ରାଜବଂଶର ଲୋକେ ଏପରି ସୁନ୍ଦର ପାତ୍ରମାନ ବ୍ୟବହାର କରୁଥିଲେ। ଏହି ପାତ୍ରଟି ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନରେ ନିର୍ମାଣ କରାଯାଇଥିବାରୁ ଏତେ ଅଧିକ ମୂଲ୍ୟରେ ତାହା ନିଲାମ ହୋଇଛି।

Leave A Reply