www.samajalive.in
Saturday, December 6, 2025
17.1 C
Bhubaneswar

ଶିକ୍ଷୟିତ୍ରୀଙ୍କ ବେକରୁ ସୁନାହାର ଛିଣ୍ଡାଇ ଦୁର୍ବୃତ୍ତ ଚମ୍ପଟ

ନୀଳଗିରି : ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ହାର ଲୁଟ କରି ନେଇଛନ୍ତି। ବାଲେଶ୍ବର ଜିଲା ନୀଳଗିରି ଆର.କେ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ସୀମାମଣି ପୁରୀ (୩୦) ଏହି ଲୁଟର ଶିକାର ହୋଇଛନ୍ତି। ସେ ତାଙ୍କ ସ୍ବାମୀ ଶୁଭ୍ରାଂଶୁଙ୍କ ଶେଖର ନନ୍ଦଙ୍କ ସହ ସ୍କୁଟିରେ ନୀଳଗିରିରୁ ବାଲେଶ୍ବର ଯାଉଥିଲେ। ଏହି ସମୟରେ ସେରଗଡ ନିକଟରେ ଦୁର୍ବୃତ୍ତମାନେ ଏକ ଆପାଚି ଗାଡିରେ ଆସି ତାଙ୍କୁ ଆକ୍ରମଣ କରି ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେଇଥିଲେ। ଶୁଭ୍ରାଂଶୁ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କ ମୁହଁକୁ ମୁଥ ମାରିଥିଲେ। ଆକ୍ରମଣରେ ଶିକ୍ଷୟିତ୍ରୀ ଜଣକ ଆହତ ହୋଇଥିଲେ। ତାଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଛି। ଦୁର୍ବୃତ୍ତଙ୍କ ପତ୍ତା ମିଳି ନଥିବା ଜଣାପଡିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories