କଟୁରୀରେ ହାଣି ଯୁବତୀଙ୍କଠାରୁ ଲୁଟ

0

ଗୋପ: ବୁଧବାର ଦିନ ଦ୍ବିପ୍ରହରରେ ଗୋପ ବଜାର ନିକଟସ୍ଥ କୁଶଭଦ୍ରା ନଦୀବନ୍ଧ ନିକଟରେ ୩ ଜଣ ଯୁବକ ଜନୈକ ଯୁବତୀଙ୍କୁ କଟୁରୀ ରେ ହାଣି ୧ ଲକ୍ଷ ୮ହଜାର ଟଙ୍କା ସହ କେତେକ ଦରକାରୀ କାଗଜପତ୍ର ଛଡାଇ ନେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ୨ଟି ସ୍କୁଟିରେ ୩ଜଣ ଯୁବତୀ ଗୋପ ଥାନା ଅଞ୍ଚଳରୁ ବିଶ୍ବାସ ନାମକ ଏକ ଘରୋଇ ବ୍ୟାଙ୍କର ଟଙ୍କା ନେଇ ନିମାପଡା ବ୍ରାଞ୍ଚ ଅଫିସକୁ ଫେରୁଥିଲେ। ଏହି ସମୟରେ ୩ଜଣ ଯୁବକ ଏକ ମୋଟର ସାଇକେଲରେ ଏହି ଯୁବତୀ ମାନଙ୍କୁ ପିଛା କରିବା ସହ ଗୋପ କୁଶଭଦ୍ରା ନଦୀବନ୍ଧ ନିକଟରେ ଅଟକାଇ ଥିଲେ । ଯୁବତୀ ସୋନାଲି ବେହେରା ଅଟକିବା କ୍ଷଣି ହଠାତ୍ ଜଣେ ଯୁବକ ଏକ କଟୁରୀରେ ଆକ୍ରମଣ କରିଥିଲା। ବାଇକରେ ବସିଥିବା ଆଉ ଜଣେ ଯୁବକ ଟଙ୍କା ଛଡାଇ ନେଇଥିଲା । ପରେ ୩ଜଣ ଦୁବୃର୍ତ୍ତ ପୁରୀ ଆଡକୁ ପଳାଇ ଯାଇଥିଲେ ।ଏହି ୩ ଜଣ ଯୁବତୀ ବିଶ୍ବାସ ନାମକ ଏକ ଘରୋଇ ବ୍ୟାଙ୍କରେ କାର୍ୟ୍ୟ କରୁଥିବା ଜଣା ପଡିଛି । ସୋନାଲୀ ଯୁବତୀର ଡାହାଣ ହାତକୁ ଦୁବୃର୍ତ୍ତ ମାନେ ହାଣି ଦେଇଛନ୍ତି। ଯୁବତୀ ଜଣଙ୍କ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ଲେଖା ହେବା ପର୍ୟ୍ୟନ୍ତ ଗୋପ ଥାନାରେ ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply