ବେତଡା ନଛିବିନ୍ଧା ଗ୍ରାମରେ ଚୋରୀ ; ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର,୪୫ ହଜାର ନଗଦ
ବାସୁଦେବପୁର : ବାସୁଦେବପୁର ଥାନା ବେତଡା ନଛିବିନ୍ଧା ଗ୍ରାମରେ ଏକ ବଡ଼ ଧରଣରର ଚୋରୀ ହୋଇଛି । ଘରର ସ୍କାଏଲାଇଟ ଭାଙ୍ଗି ଲୁଟେରା ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୪୫ ହଜାର ଟଙ୍କା ଲୁଟିନେଇଛନ୍ତି । ଲୁଟର ଶିକାର ହୋଇଛନ୍ତି ବେତଡା ନଛିବିନ୍ଧା ଗ୍ରାମର ଭଗବାନ ପଣ୍ଡା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଘଟଣା ରାତିରେ ପରିବାରର ମୁଖ୍ୟ ଭଗବାନ ପଣ୍ଡା ଲାଷ୍ମୀପୂଜା ମଣ୍ଡପରେ ଥିବା ବେଳେ ସ୍ତ୍ରୀ ଓ ପୁଅ ପାଖ ଘରକୁ ଯାଇଥିଲେ। ଘରେ କେହିଁ ନଥିବା ସୁଯୋଗ ନେଇ କେତେକ ଲୁଟେରା ପଛପଟ ସ୍କାଏଲାଇଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଆଲମାରୀରେ ଥିବା ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇଯାଇଥିଲେ। ପାଖ ଘରକୁ ଯାଇଥିବା ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ଆଉ ପିଲା ଘରେ ପହଁଚିବା ପରେ ଲୁଟେରା ମାନେ ଦଉଡି ପଲାଇ ଯାଇଥିଲେ। ଖବପାଇ ଶ୍ରୀ ପଣ୍ଡା ଆଉ ସାଥୀମାନେ ଖୋଜାଖୋଜିକରି ନିରାଶ ହୋଇ ନିରାଶ ହୋଇଥିଲେ। ବେତଡା ବଜାରରେ ଲକ୍ଷ୍ମୀଙ୍କ ପୂଜା ଆଉ ମେଳା ଚାଲିଥିବାରୁ ଏହି ସୁଯୋଗକୁ ଲୁଟେରା ମାନେ ଛାଡିବାକୁ ପଛଇ ନାହାନ୍ତି ।
Comments are closed.