www.samajalive.in
Monday, December 15, 2025
27.1 C
Bhubaneswar

ଲୁଟେରା ଗିରଫ, ଲୁଟ୍‍ ମୋବାଇଲ୍‍ ଜବତ

ପିପିଲି : ଜଣେ ମହିଳାଙ୍କ ଠାରୁ ମୋବାଇଲ୍‍ ଓ ଟଙ୍କା ଭର୍ତ୍ତି ଭ୍ୟାନିଟି ବ୍ୟାଗ୍‍ ଲୁଟ୍‍ କରିବା ଘଟଣାରେ ପିପିଲି ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତର ନାମ ମାନସ ନାୟକ (୨୦) ଓ ତାର ଘର ଧଉଳି ଥାନା ଅନ୍ତର୍ଗତ ନୂଆଖରପାଟଣା ଅଞ୍ଚଳରେ ବୋଲି ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପିପିଲିଶାସନ ଗ୍ରାମର ଗୀତାଞ୍ଜଳୀ ବାରିକ ଗତ ଡିସେମ୍ବର ମାସ ୧୮ ତାରିଖ ଅପରାହ୍ନରେ ଚାନ୍ଦୁଆବଜାର ସ୍ଥିତ ଏକ ବ୍ୟାଙ୍କରୁ ନିଜ ଘରକୁ ଚାଲି ଚାଲି ଯାଉଥିବା ବେଳେ ଲୁଟ୍‍ର ଶିକାର ହୋଇଥିଲେ । ଦୁଇଜଣ ଲୁଟେରା ଏକ ବାଇକ୍‍ରେ ଆସି ଗୀତାଞ୍ଜଳୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍‍କୁ ଛଡାଇ ନେଇ ଭୁବନେଶ୍ୱର ଅଭିମୁଖେ ଫେରାର ହୋଇ ଯାଇଥିଲେ । ଉକ୍ତ ଭ୍ୟାନିଟି ବ୍ୟାଗ୍‍ରେ ଟଙ୍କା ଓ ମୋବାଇଲ୍‍ ରହିଥିଲା । ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସନ୍ଦୀପ କୁମାର ଦାସ ଘଟଣାର ତଦନ୍ତ ଚଳାଇଥିଲେ । ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ପୁଲିସ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିବା ସହ ତା’ ଠାରୁ ଲୁଟ୍‍ ମୋବାଇଲ୍‍କୁ ଜବତ କରିବାରେ ସଫଳ ହୋଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅପରାଧିକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories