www.samajalive.in
Tuesday, December 9, 2025
16.1 C
Bhubaneswar

‘ଆଦିପୁରୁଷ’ ଶୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବଇ: ଅଭିନେତା ପ୍ରଭାସ ଏବଂ ସୈଫ୍‌ ଅଲ୍ଲୀ ଖାନଙ୍କ ଅଭିନୀତି ଚଳଚ୍ଚିତ୍ର ‘ଆଦିପୁରୁଷ’ର ଶୁଟିଂ ସେଟ୍‌ରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ୮ଟି ଦମଳକ ଗାଡ଼ି ନିୟୋଜିତ ହୋଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ସକାଳେ ମୁମ୍ବଇର ଗୋରେଗାଓଁଠାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରର ଶୁଟିଂ ଚାଲିଥିଲା। ଶୁଟିଂ ଆରମ୍ଭ ହେବାର କିଛି ସମୟ ପରେ ସେଟ୍‌ରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ଦ୍ରୁତଗତିରେ ବ୍ୟାପୀ ଯାଇଥିଲା। ସେତେବେଳେ ସେଟ୍‌ରେ ୫୦ରୁ ୬୦ ଜଣ ଲୋକ ଉପସ୍ଥିତ ଥିଲେ।

- Advertisement -

ମୁମ୍ବଇ ଅଗ୍ନିଶମ କେନ୍ଦ୍ର ସୂଚନା ଅନୁସାରେ, ଘଟଣାସ୍ଥଳରେ ୮ଟି ଦମକଳ ଗାଡ଼ି, ୫ଟି ବଡ଼ ଟ୍ୟାଙ୍କର, ଏକ ପାଣି ଟ୍ୟାଙ୍କର ଏବଂ ଜେସିବି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଘଟଣାରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସନ୍ଧ୍ୟା ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ୍‌ ରହିଛନ୍ତି। ତେବେ ଅଗ୍ନିକାଣ୍ଡ ସମୟରେ ଉଭୟ ଅଭିନେତା ସେଟ୍‌ରେ ଉପସ୍ଥିତ ନ ଥିଲେ। ଅଗ୍ନିକାଣ୍ଡ ସମୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ସମସ୍ତେ ସୁରକ୍ଷିତ ଥିବା ଚଳଚ୍ଚିତ୍ର ନିର୍ଦେଶକ ଓମ୍‌ ରାଉତ ଗଣମାଧ୍ୟମକୁ କହିଛନ୍ତି।

ଏହି ଚଳଚ୍ଚିତ୍ର ପାଇଁ ୪୦୦ କୋଟି ଟଙ୍କାର ବଜେଟ ହୋଇଛି। ଏହାର ଶୁଟିଂ ସେଟ୍‌ ମୁମ୍ବଇର ପଶ୍ଚିମ ଗୋରେଗାଓଁ ଅଞ୍ଚଳରେ ନିର୍ମାଣ ହୋଇଛି। ଗତ ୨ମାସ ଧରି ଏଠାରେ ରିହର୍ସାଲ ଏବଂ ପ୍ରସ୍ତୁତି ଚାଲୁ ରହିଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories