www.samajalive.in
Monday, December 15, 2025
27.1 C
Bhubaneswar

ଦିନ ଦ୍ୱିପହରେ ବାଇକ ଡିକି ଖୋଲି ଟଙ୍କା ଲୁଟୁଛନ୍ତି ଲୁଟେରା, ସିସିଟିଭିକୁ ଖାତିର ନାହିଁ 

ଫୁଲବାଣୀ: ଫୁଲବାଣୀ ସହରରେ ରାତିରେ ଘର ଓ ଦୋକାନ ତାଲା ଭାଙ୍ଗି ଚୋରୀ ହେଉଥିବା ଘଟଣା ଘଟି ଚାଲିଥିବା ବେଳେ ବର୍ତମାନ ବାଇକ ଲୁଟେରାଙ୍କ ଦିନକୁ ଦିନ ପ୍ରାଦୁର୍ଭାବ ବୃଦ୍ଧି ହୋଇଛି। କରୋନାରେ ସଂକ୍ରମିତ ଯୋଗୁଁ ଖୋଦ୍‍ ଫୁଲବାଣୀ ଥାନାରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ବର୍ତ୍ତମାନେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ଥାନାରେ ଆବଶ୍ୟକ ସଂଖ୍ୟକ ପୁଲିସ୍‍ କର୍ମଚାରୀ ମଧ୍ୟ ନାହାନ୍ତି। ଏହାର ସୁଯୋଗ ନେଉଛନ୍ତି ବର୍ତ୍ତମାନ ଲୁଟେରାମାନେ। ପୂର୍ବରୁ କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟାଙ୍କ୍‍ ସମ୍ମୁଖରେ ପୁଲିସ୍‍ ପ୍ରହରା ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ କର୍ମଚାରୀ ସଂଖ୍ୟା କମ୍‍ ଥିବା ଯୋଗୁଁ ତାହା ଏକ ପ୍ରକାର ବନ୍ଦ ରହିଛି। ଏହାର ସୁଯୋଗ ନେବା ଆରମ୍ଭ କରିଛନ୍ତି ଲୁଟେରାମାନେ। ବର୍ତମାନ ଫୁଲବାଣୀ ବଜାରରେ ବ୍ୟାଙ୍କମାନଙ୍କ ଆଗରେ ଲୁଟେରାଙ୍କ ଦଳ ଯୋଜନାବଦ୍ଧ ଭାବରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟିବା ଘଟଣା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ଫୁଲବାଣୀ ଇଣ୍ଡିଆନ ବ୍ୟାଙ୍କ୍‍ ଶାଖା ସମ୍ମୁଖରେ ଟିଟ୍ରାପଙ୍ଗା ପଂଚାୟତ ଭୁକ୍ତାକନାଲି ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ଆକାଉଣ୍ଟରୁ ଦୁଇଟି ଦସଟଙ୍କିଆ ନୋଟ ବଣ୍ଡଲ (ଦୁଇହଜାର ଟଙ୍କା) ଉଠାଇ ତାକୁ ତାଙ୍କର ବାଇକର ଡିକିରେ ରଖିଥିଲେ। କୌଣସି କାମରେ ପୁଣି ସେ ବ୍ୟାଙ୍କକୁ ଯାଇଥିଲେ। ଏହି ସବୁ ଘଟଣା ଉପରେ ନଜର ରଖିଥିବା କିଛି ଲୁଟେରା ଏହାର ସୁଯୋଗରେ ତାଙ୍କ ବାଇକର ଡିକିକୁ ଖୋଲି ସେଥିରୁ ମାତ୍ର ୫ ମିନିଟ୍‍ ମଧ୍ୟରେ ନେଇଯାଇଥିଲେ। ତେବେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସବୁ ଘଟଣା ରେକର୍ଡ ହୋଇଛି ଏହାକୁ ଦେଖିବାପରେ ଲାଗୁଥିଲା ଯେପରି ଲୁଟେରା ମାନଙ୍କର ସିସିଟିଭି ମଧ୍ୟ ତିଳେ ମଧ୍ୟ ନିଘାନାହିଁ କିମ୍ବା ଭୟ ମଧ୍ୟ ନାହିଁ। ପରେ ବାଇକ ମାଲିକ ଜଣକ ସେଠାରେ ପହଂଚି ତାଙ୍କ ଡିକି ଖୋଲା ଥିବା ଏବଂ ସେଥିରେ ସେ ରଖିଥିବା ଟଙ୍କା ନଥିବାର ଦେଖିବାପରେ ସେ ପୁଣି ବ୍ୟାଙ୍କକୁ ଯାଇ ସେଠାରେ ତାଙ୍କ ବାଇକ ଡିକି ଖୋଲି ଚୋରୀ ହୋଇଥିବା ଘଟଣା ସବୁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦେଖିଥିଲେ। ହେଲେ ଲୁଟେରା ଜଣାକ ମୁହଁରେ ମାସ୍କ ପିନ୍ଧି ଥିବାରୁ ତାଙ୍କୁ ଚିହ୍ନିବା ସହଜ ହୋଇନଥିଲା। ତେବେ ମାତ୍ର ୨ ହଜାର ଟଙ୍କା ଲୁଟ୍‍ ହୋଇଥିଲେ ମଧ୍ୟ ଲୁଟେରା ମାନେ ୨ଟି ବଣ୍ଡଲ ଦେଖି ଲୁଟ୍‍ କରିଥିବାର ସନ୍ଦେହ କରାଯାଇଛି। ଅନ୍ୟପକ୍ଷରେ ଦୁଇ ହଜାର ଟଙ୍କା ପାଇଁ କାହିଁକି ପୁଲିସ ଝାମେଲାରେ ପଶିବି କହିବା ସହିତ ବାଇକର ମାଲିକ ଜଣକ ଥାନାରେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗୋ କରିନଥିଲେ। ତେବେ ବ୍ୟାଙ୍କରେ ବର୍ତ୍ତମାନ କୋଭିଡ଼୍‍ ନିୟମ ଯୋଗୁଁ ଗ୍ରାହକ ମାନେ ଅଧିକ ସଂଖ୍ୟାରେ ବାହାରେ ରହୁଥିଲେ ମଧ୍ୟ ଲୁଟେରା ମାନେ ଯେଭଳି ଭାବେ ସାହାସର ସହିତ ଲୁଟ୍‍ କରିଛନ୍ତି ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ତେବେ ଏହି ଘଟଣା ସହିତ ପୂର୍ବରୁ ଘଟିଥିବା ଏଭଳି ଘଟଣା ଯୋଗୁଁ ସହରରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟୁଥିବା ଦଳ ସକ୍ରୀୟ ଥିବା ଜଣାପଡିଛି। ସେଥିପାଇଁ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଇବା ସହିତ ସହରରେ ପୁଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଜୋରଦାର କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories