www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ ବେଶରେ ଲୁଟେରା; ମହିଳାଙ୍କଠାରୁ ସୁନା ହାର ଲୁଟ୍ ଅଭିଯୋଗ

ବ୍ରହ୍ମପୁର: ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ଠାରୁ ସୁନା ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ମହିଳା ଜଣଙ୍କ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦିନ ପ୍ରାୟ ୧୧ଟା ୪୦ ମିନିଟରେ ଏହି ଘଟଣା ଘଟିଛି । ବ୍ରହ୍ମପୁରରେ ଜନଗହଳିପୂର୍ଣ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଅସଲି ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

ସୂଚନାଯୋଗ୍ୟ, ମିଲିଟାରୀ ଲାଇନର ଦଳୁଆସହି ନିକଟରେ ଥିବା ମନ୍ଦିରରୁ ଦର୍ଶନ ସାରି ମହିଳା ଜଣଙ୍କ ଚାଲି ଚାଲି ଫେରୁଥିବା ବେଳେ ୩ ଜଣ ଦୁର୍ବୁତ୍ତ ତାଙ୍କୁ ପାଖକୁ ଡାକିଥିଲେ । ପୁଲିସ ବୋଲି ପରିଚୟ ଦେଇ ଆଇକାର୍ଡ଼ ଦେଖାଇଥିଲେ । ଆଗରେ ପୁଲିସ ଯାଞ୍ଚ ହେଉଛି ତେଣୁ ସୁନାହାର କାଢି ଆମକୁ ଦେଇଦିଅ ବୋଲି ଦୁର୍ବୁତ୍ତ ମାନେ ମହିଳାଙ୍କୁ କହିଥିଲେ । ମହିଳା ଜଣଙ୍କ ସୁନାହାର ବେକରୁ କାଢି ଦେବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ବାଇକ ଯୋଗେ ଫେରାର ହୋଇଯାଇଥିଲେ । ବ୍ରହ୍ମପୁରରେ ଗତ କିଛି ମାସ ଭିତରେ ଏଭଳି ୭ଟି ଘଟଣା ଘଟିଯାଇଥିବାରୁ ପୁଲିସର ଚିନ୍ତା ବଢି ଯାଇଛି । ଟାଉନ ଥାନା ପୁଲିସ ସହ ନିଜେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories