www.samajalive.in
Saturday, December 6, 2025
16.1 C
Bhubaneswar

ରାଜଧାନୀ ଚିକିତ୍ସାଳୟରେ ଟିକା ଯାତନା : ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ୱର : ଟିକା ପାଇଁ ସାଧାରଣ ରୋଗୀ ହନ୍ତସନ୍ତ। ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ବି ମିଳୁନି ଟିକା। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ରାଜଧାନୀ ଚିକିତ୍ସାଳୟରେ। ଦୈନିକ ଟିକା ନେବା ପାଇଁ ହଜାର ହଜାର ଲୋକ ଆସୁଥିବାବେଳେ ବ୍ୟବସ୍ଥାରେ ପରିବର୍ତ୍ତନ ହେଉନାହିଁ। ଗତ କିଛି ଦିନ ହେବ ଏଭଳି ସମସ୍ୟା ହେଉଥିବାବେଳେ ହାତ ଟେକିଦେଇଛନ୍ତି କର୍ତ୍ତୃପକ୍ଷ। ମହିଳାମାନେ ମଧ୍ୟ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଶତାଧିକ ଲୋକ ଧାଡ଼ିରେ ଠିଆ ହୋଇ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟିକା ନେବା ପରେ ନିୟମ ଅନୁସାରେ ଅଧଘଣ୍ଟାଏ ନିରୀକ୍ଷଣରେ ରହିବା ବ୍ୟବସ୍ଥା ରହିଥିବାବେଳେ ଏଭଳି ଆଉ ଦେଖିବାକୁ ମିଳୁନାହିଁ କି ଏହାର ତଦାରଖ ମଧ୍ୟ ହେଉନାହିଁ।
ପ୍ରଥମରୁ ଟିକାକରଣ ପାଇଁ ଏଠାରେ ଅସୁବିଧା ହେଉଛି। ପଞ୍ଜୀକରଣ ପରେ ଟିକା ପାଇଁ ଲୋକେ ହଟହଟା ହେଉଛନ୍ତି। ଟିକା ନେବା ପାଇଁ ୩ରୁ ୪ଘଣ୍ଟା ଲାଗୁଛି। ଅନ୍ୟପକ୍ଷରେ ଟିକାକରଣ ପାଇଁ ଅଧିକ କେନ୍ଦ୍ର ଖୋଲିବା ଦିଗରେ ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଟିକା, ପରୀକ୍ଷଣ ପାଇଁ ମେଳା
ରାଜଧାନୀ ଚିକିତ୍ସାଳୟରେ ଗୋଟିଏ ସ୍ଥାନରେ ପରୀକ୍ଷଣ ଓ ଟିକା ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏଠାରେ ଏକ ବିବରଣୀ ପ୍ରଦାନ କେନ୍ଦ୍ର ମଧ୍ୟ କରାଯାଇଛି। ଟିକାକରଣ, ପରୀକ୍ଷଣ ଏବଂ ବିବିରଣୀ ପାଇଁ ପ୍ରାୟ ହଜାର ହଜାର ଲୋକ ଗୋଟିଏ ସ୍ଥାନକୁ ଆସୁଛନ୍ତି। ତେଣୁ ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ରହିଛି ବୋଲି ଅନେକ ମତ ଦେଇଛନ୍ତି। ପରୀକ୍ଷା ନିମନ୍ତେ ସ୍ବାବ୍‌ ସଂଗ୍ରହ ଓ ଟିକାକରଣ କେନ୍ଦ୍ରକୁ ଅଲଗା କରିବାକୁ ଦାବି ହୋଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories