www.samajalive.in
Saturday, December 6, 2025
15.1 C
Bhubaneswar

ବୃଦ୍ଧି ପାଉଛି ସଂକ୍ରମଣ : ଆଉ ୮ ହଜାର ୬୮୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ ହଜାର ୬୮୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪୮ କ୍ବାରେଣ୍ଟାଇନରୁ ଓ ୩୭୩୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋିଛନ୍ତି।  ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୭୪୫, ପୁରୀରୁ ୫୧୪, କଟକରୁ ୫୭୦, ବଲାଙ୍ଗିରରୁ ୪୫୯, ବରଗଡ଼ରୁ ୪୨୩, ଅନୁଗୁଳରୁ ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦ ଜଣ କାରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।​‌ ଅନ୍ୟପକ୍ଷ​ରେ ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ବାଲେଶ୍ବରରୁ ୧୫୫, ନୟାଗଡ଼ରୁ ୧୬୦, ରାୟଗଡ଼ାରୁ ୧୫୧, କୋରାପୁଟରୁ ୧୧୩, ଗଜପତିରୁ ୧୨୫, ଭଦ୍ରକରୁ ୧୦୩, ଦେବଗଡ଼ରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

ରାଜ୍ୟରେ ଏବେ ୬୧ ହଜାର ୬୯୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଗତକାଲି ୪୬୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ  ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୪୦୦କୁ  ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୮୬ ହଜାର ୬୫୬ ନମୁନା ପରୀକ୍ଷା କରାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories