ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ଏବେ ଧୀରେ ଧୀରେ କରୋନା କଟକଣାକୁ ପର୍ଯ୍ୟାୟକ୍ରମେ ହଟାଇଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ କଟକଣା ସରକାର ଉଠାଇ ଦେଇଛନ୍ତି। ଫଳରେ ଏଣିକି ଗଣମାଧ୍ୟମ ପ୍ରତିନିଧିମାନେ ଲୋକସେବା ଭବନକୁ ଯାଇ ଖବର ସଂଗ୍ରହ କରିପାରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଦୀର୍ଘ ଦୁଇ ବର୍ଷ ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏଥର ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ। କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଠାରେ କରୋନା କଟକଣା ଉଠାଇ ଦିଆଯାଇଥିଲେ ମଧ୍ୟ ଲୋକସେବା ଭବନରେ ଗଣମାଧ୍ୟମଙ୍କ ପାଇଁ କଟକଣା ଜାରି ରହିଥିଲା। ଏବେ ସରକାର ଖବର ସଂଗ୍ରହ ପାଇଁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଉଠାଇ ଦେଇଛନ୍ତି। ଆସନ୍ତା ୧୮ ତାରିଖରୁ ଗଣମାଧ୍ୟମ ପ୍ରତିନିଧିମାନେ ପାସ୍ ଦେଖାଇ ଲୋକସେବା ଭବନରେ ପ୍ରବେଶ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ସାଧାରଣ ଲୋକ ମଧ୍ୟ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି୧ ଆସନ୍ତା ୧୮ରୁ ଏହି ନିୟମ ଲାଗୁ କରାଯିବ। ସାଧାରଣ ଲୋକ ଅନଲାଇନ୍ ମାଧ୍ୟମରେ ପାସ୍ ପାଇଁ ଆବେଦନ କରିପାରିବେ। ପାସ୍ ମିଳିବା ପରେ ସେମାନେ ଲୋକସେବା ଭବନରେ ପ୍ରବେଶ କରିପାରିବେ। କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ ।
ସାଧାରଣ ଲୋକେ ଅନ୍ଲାଇନ୍ ମାଧ୍ୟମରେ ୱେବ୍ସାଇଟ୍ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବାଶ ପାଇଁ ଅନୁମତି ପାଇପାରିବେ ବୋଲି ଜଣାପଡ଼ିଛି।



