www.samajalive.in
Saturday, December 6, 2025
26.1 C
Bhubaneswar

ନିରଞ୍ଜନ ରଥଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି, ନିଲମ୍ବନ ଆଦେଶ ବଳବତ୍ତର

କଟକ : ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ପଦରୁ ନିଲମ୍ବନ ସମ୍ପର୍କିତ ମାମଲା । ଓଡ଼ିଶା ହାଇକୋର୍ଟରୁ ନିରଞ୍ଜନ ରଥଙ୍କୁ ମିଳିନାହିଁ ଆଶ୍ୱସ୍ତି । ହାଇକୋର୍ଟଙ୍କ ରାୟ ଅନୁଯାୟୀ ଶ୍ରୀ ରଥଙ୍କ ନିଲମ୍ବନ ଆଦେଶ ବଳବତ୍ତର ରହିଛି। ଲୋକସେବକ ମଣ୍ଡଳ ତଦନ୍ତରେ ତାଙ୍କୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ହାଇକୋର୍ଟରେ ବିଚାରପତି କେ.ଆର. ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ କଟକ ସିଭିଲ ଜଜ ଏହି ସମ୍ପର୍କିତ ଆଦେଶନାମାକୁ କାଏମ ରଖିବା ସହ ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦ ଅଥବା ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ତାଙ୍କୁ ଅନୁମତି ପ୍ରଦାନ କରିନାହାଁନ୍ତି । ଖଣ୍ଡପୀଠଙ୍କ ରାୟ ଅନୁଯାୟୀ ଲୋକସେବକ ମଣ୍ଡଳ ପରିଚାଳନା କର୍ତ୍ତୃପକ୍ଷ ଅନୁଷ୍ଠାନର ନୀତିଗତ ନିଷ୍ପତ୍ତି ଛାଡ଼ି ଅନ୍ୟ ସମସ୍ତ ନିଷ୍ପତ୍ତି ନେଇପାରିବେ। ଲୋକସେବକ ମଣ୍ଡଳର ସମ୍ବିଧାନ ଧାରା ୮ ଓ ୧୬ ଅନୁଯାୟୀ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ଶ୍ରୀ ରଥ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିମସାରରେ ପରିଚାଳନାଗତ ବିଭ୍ରାଟ, ଆର୍ଥିକ ଅନିୟମିତତା ଅଭିଯୋଗ ପରେ ୨୦୨୩ ଅକ୍ଟୋବର ୨୭ରେ ଅନୁଷ୍ଠିତ ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଡ଼ିଟରଙ୍କ ସହ ୩ ଜଣିଆ ସଦସ୍ୟଙ୍କ ଦ୍ୱାରା ସମସ୍ତ ଘଟଣାକ୍ରମର ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜିମସାରରେ ବ୍ୟାପକ ଆର୍ଥିକ ଅନିୟମିତତା ବିଷୟରେ ତଦନ୍ତ ବେଳେ ଜଣାପଡ଼ିଥିଲା। ଫଳରେ ଲୋକସେବକ ମଣ୍ଡଳ କୋଷାଧ୍ୟକ୍ଷ ପଦରୁ ଶ୍ରୀ ରଥଙ୍କୁ ଅବ୍ୟାହତି ଦେବା ପାଇଁ ନିଷ୍ପତ୍ତି ନିଆଯିବା ସହ ୨୦୨୪ ଫେବୃଆରୀ ୨୧ରେ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ପଦରେ ଲୋକସେବକ ମଣ୍ଡଳ ସଭାପତି ରାଜକୁମାର ନିଯୁକ୍ତି ଦେଇଥିଲେ। ଏଥିସହ ‘ସମାଜ’, ‘ଜିମସାର’ ଓ ‘ସତ୍ୟବାଦୀ’ ସମେତ ଲୋକସେବକ ମଣ୍ଡଳର କୌଣସି କାର୍ଯ୍ୟରେ ଶ୍ରୀ ରଥ ସମ୍ପୃକ୍ତ ରହିବେ ନାହିଁ ବୋଲି ସଭାପତିଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଥିଲା। ମାର୍ଚ୍ଚ ୨୯ରେ ଶ୍ରୀ ରଥଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ପଦରୁ ସଭାପତି ରାଜକୁମାର ୧୬ ପୃଷ୍ଠାର ନିର୍ଦ୍ଦେଶନାମା ସହ ନିଲମ୍ବନ କରିଥିଲେ। ଲୋକସେବକ ମଣ୍ଡଳ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ସହ ତାଙ୍କ ନିଲମ୍ବନ ସମ୍ପର୍କିତ ଚିଠି କାର୍ଯ୍ୟକାରୀ ନକରିବା, କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦର ଆଜୀବନ ସଦସ୍ୟ ଭାବେ ତାଙ୍କ ଅଧିକାର ସୁନିଶ୍ଚିତ କରିବାକୁ ଜରୁରୀ ଆବଶ୍ୟକତା ଦର୍ଶାଇ ଶ୍ରୀ ରଥ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ଦେଢ଼ ଘଣ୍ଟାର ଶୁଣାଣି ପରେ ଖଣ୍ଡପୀଠ ନିରଞ୍ଜନ ରଥଙ୍କ ନିଲମ୍ବନ ଆଦେଶନାମାକୁ ଅବୈଧ ଘୋଷଣା କରିବା, କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦ ବୈଠକକୁ ବାତିଲ କରିବା ଅଥବା ଅଂଶଗ୍ରହଣ କରିବା ପ୍ରାର୍ଥନାକୁ ଗ୍ରହଣ କରିନଥିଲେ। ନିମ୍ନ ଅଦାଲତରେ ମାମଲା ବିଚାର ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଶ୍ରୀ ରଥଙ୍କ ସମ୍ପର୍କିତ କୌଣସି ନୀତିଗତ ନିଷ୍ପତ୍ତି ନନେବାକୁ ଲୋକସେବକ ମଣ୍ଡଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରିଚାଳନାଗତ ଏବଂ ଆର୍ଥିକ ଅନିୟମିତତା ସମ୍ପର୍କିତ ତଦନ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ଶ୍ରୀ ରଥଙ୍କୁ ଆଦେଶ ଦେଇଛନ୍ତି। ମାମଲାର ଶୁଣାଣି ବେଳେ ଲୋକସେବକ ମଣ୍ଡଳ ତରଫରୁ ଆଇନଜୀବୀ ରମାନାଥ ଝା ଦର୍ଶାଇଥିଲେ ଯେ ଲୋକସେବକ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଅବସ୍ଥିତ। ମାମଲାଟି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଅଧିକାର କ୍ଷେତ୍ରରେ ଆସୁଛି। ତେବେ ବିଚାରପତି ଶ୍ରୀ ମହାପାତ୍ର ଏହି ମାମଲାର ବିଚାର କଟକ ସିଭିଲ ଜଜ (ସିନିଅର ଡିଭିଜନ)ଙ୍କ ଅଦାଲତରେ ହେବ ବୋଲି ସ୍ପଷ୍ଟ କରିଥିଲେ। ହାଇକୋର୍ଟରେ ଶ୍ରୀ ରଥଙ୍କ ତରଫରୁ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories