www.samajalive.in
Saturday, December 6, 2025
19.1 C
Bhubaneswar

ପାହାଡିଆ ରାଜ୍ୟରେ ବାଜି ମାରିବ ବିଜେପି: ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍‌‌, କଣ କହୁଛି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ କାହାକୁ ମିଳିବ ବହୁମତ। କିଏ ମାରିବ ବାଜି ତାହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଟିଭି-୯ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ। ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ୪୨ଟି ଆସନରୁ ଟିଏମସିକୁ ୨୧ଟି ଆସନ ମିଳିବା ବେଳେ ବିଜେପିକୁ ମିଳିବ ୨୦ଟି । ସେହିପରି ଗୁଜୁରାଟ ଓ ମଧ୍ୟପ୍ରଦେଶରେ ସବୁ ଆସନରେ ବିଜେପି ବାଜିମାତ କରୁଥିବା ସର୍ଭେରୁ ଜଣାପଡିଛି।

ପାହାଡି ରାଜ୍ୟରୁ ସଫା ହୋଇଯିବ କଂଗ୍ରେସ: 
ଟିଭି-୯ ସର୍ଭେ ଅନୁସାରେ ପାହାଡିଆ ରାଜ୍ୟ ଅର୍ଥାତ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିପୁଳ ଭୋଟରେ ବିଜୟ ହେବ ବିଜେପି। ହିମାଚଳର ୪ଟି ଲୋକସଭା ସିଟରେ ବିପୁଳ ବିଜୟ ହାସଲ କରିବ ଏନଡିଏ। କଂଗ୍ରେସ ରାଜ୍ୟ ଶାସନରେ ଥାଇ ମଧ୍ୟ ଗୋଟିଏ ବି ସିଟ୍‌‌ରେ ଜିତିପାରିବ ନାହିଁ। ଏଠାରେ ଏନଡିଏର ଭୋଟ ପ୍ରତିଶତ ରହିବ ୫୫.୭୩। ସେହିପରି ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ବିଜେପି କବଜାରେ ରହିବ। ଏଠାରେ ଏନଡିଏକୁ ୫୬.୭୭ପ୍ରତିଶତ ଭୋଟ ମିଳିବ। ଇଣ୍ଡି ମେଣ୍ଟକୁ ମାତ୍ର ୨୬.୨୪ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେ କହୁଛି।

- Advertisement -

ଦିଲ୍ଲୀରେ ଖାତା ଖୋଲିବ ଆପ୍‌‌: 
ଦିଲ୍ଲୀର ୭ଟି ଲୋକସଭା ଆସନରୁ ମାତ୍ର ଗୋଟିଏ ଆସନ ଆପ୍‌‌ ଖାତାକୁ ଯାଇପାରେ। ସର୍ଭେ ଅନୁସାରେ ପୂର୍ବ ଦିଲ୍ଲୀ ଆସନରେ ବିଜୟୀ ହୋଇପାରେ ଆମ ଆଦମୀ ପାର୍ଟି। ଏହାବ୍ୟତୀତ ଦିଲ୍ଲୀର ୬ଟି ଯାକ ଆସନରେ ବିଜେପି ବାଜି ମାରିବ। ଏଠାରେ ବିଜେପିକୁ ୫୩.୪୭ ପ୍ରତିଶତ ଭୋଟ ଏବଂ ଇଣ୍ଡି ମେଣ୍ଡକୁ ୩୩.୦୫ ପ୍ରତିଶତ ଭୋଟ ମିଳିବ।

 

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories