www.samajalive.in
Saturday, December 6, 2025
14.1 C
Bhubaneswar

ମୁସଲମାନ ଭୋଟରଙ୍କୁ ମେନକା ଗାନ୍ଧୀଙ୍କ ଚେତାବନୀପୂର୍ଣ୍ଣ ନିବେଦନ, ଭୋଟ ନାହିଁ ତ ସାହାଯ୍ୟ ନାହିଁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ମୁସଲମାନ ଭୋଟରଙ୍କୁ ଚେତାବନୀପୂର୍ଣ୍ଣ ନିବେଦନ କରିଛନ୍ତି।
ସୁଲତାନପୁରଠାରେ ଆୟୋଜିତ ଏକ ର୍ନିବାଚନୀ ସଭାରେ ମେନକା କହିଛନ୍ତି ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି। ମୋତେ ଭୋଟ ନଦେଲେ ମୁଁ ସେମାନଙ୍କ ସହାୟତା କରିପାରିବି ନାହିଁ।

ସୂଚନା ଅନୁସାରେ ବିଜେପି ସଂଖ୍ୟା ଲଘୁ ସେଲ୍‍ ଜିଲାଧ୍ୟକ୍ଷ ଅଜାଦାର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ସେଠାରେ ସେ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ ଯେ ମୋ ପ୍ରଶ୍ନ ଠିକ ନା ଭୁଲ କୁହନ୍ତୁ। ଏହା ଆପଣଙ୍କୁ ନିର୍ଣ୍ଣୟ କରିବାକୁ ପଡ଼ିବ। ଏଠାକୁ ମୁଁ ଖୋଲା ମନ ଓ ଖୋଲା ହୃଦୟ ନେଇ ଆସିଛି। ଏହି ନିର୍ବାଚନ ମୁଁ ଜିତି ସାରିଛି। ଏହି ନିର୍ବାଚନ ଆପଣଙ୍କ ଭୋଟରେ ଜିତିବି ଓ ଆପଣଙ୍କ ଭୋଟ ବିନା ବି ଜିତିବି। ନିର୍ବାଚନ ଫଳ ଆସିବାବେଳେ ଯଦି ୫୦ରୁ ୧୦୦ ଖଣ୍ଡ ଭୋଟ ପାଇଥିବି, ତାହା ଜଣାପଡ଼ିଯିବ। ଆପଣଙ୍କୁ କାଲି ମୋର ଆବଶ୍ୟକତା ପଡ଼ିବ। ଆପଣ କାମ ପାଇଁ ଆସିବେ ଓ ମୁଁ ସହଯୋଗ କରିପାରିବି ନାହିଁ। ସେଥିପାଇଁ ଆପଣଙ୍କ ଭୋଟ ଆବଶ୍ୟକ। ମୁଁ ଆପଣଙ୍କ ଭୋଟରେ ନିର୍ବାଚନ ଜିତିବାକୁ ଚାହୁଁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories