www.samajalive.in
Saturday, December 6, 2025
19.1 C
Bhubaneswar

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ : ଆଦିତ୍ୟନାଥ ଓ ମାୟାବତୀଙ୍କୁ ଇସିଙ୍କ ନୋଟିସ

ନୂଆଦିଲ୍ଲୀ : ରାଜନୈତିକ ର‍୍ୟାଲି ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ  ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସ୍‍ପି ମୁଖ୍ୟ ମାୟାବତୀଙ୍କୁ ନୋଟିସ୍‍ ଜାରି କରିଛନ୍ତି ।
ଉଭୟଙ୍କୁ ଶୁକ୍ରବାର ସଂଧ୍ୟା ସୁଦ୍ଧା ଜବାବ୍‍ ଦେବା ପାଇଁ କୁହାଯାଇଛି।  ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସରେ କହିଛନ୍ତି ଯେ ଭୋଟ୍‍ ପାଇଁ କୌଣସି ଜାତିକୁ ନିବଦେନ କରିବା କିମ୍ବା ସାମ୍ପ୍ରଦାୟିକ ଭାବନା ସୃଷ୍ଟି କରିବା ଆଦର୍ଶ ଆଚରଣବିଧିକୁ ଉଲ୍ଲଙ୍ଘନ କରୁଛି।

ସୂଚନାଯୋଗ୍ୟ ମଙ୍ଗଳବାରଦିନ ମିରଟରେ ଏକ ନିର୍ବାଚନ ର‍୍ୟାଲିରେ ଯୋଗୀ ଆଦିତ୍ୟନାଥ ଉଦ୍‍ବୋଧନ ଦେବା ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନିର୍ବାଚନ କମିଶନଙ୍କ ନଜରକୁ ଆସିଥିଲା।  ସେହିପରି ବିଏସ୍‍ପି ମୁଖ୍ୟ ମାୟାବତୀଙ୍କୁ ନୋଟିସରେ କମିଶନ କହିଛନ୍ତି ଯେ, ଚଳିତମାସ ୭ ତାରିଖରେ ସାହରନପୁରଠାରେ ଏକ ଜନସଭାରେ ସେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ପ୍ରାଥମିକ ପ୍ରମାଣ ମିଳିଛି। ସୁଶ୍ରୀ ମାୟାବତୀ ତାଙ୍କ ଉଦ୍‍ବୋଧନରେ ଏକ ସମ୍ପ୍ରଦାୟକୁ ଭୋଟ୍‍ ପାଇଁ ନିବେଦନ କରିଥିବା ଅଭିଯୋଗ ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories