www.samajalive.in
Tuesday, December 9, 2025
26.1 C
Bhubaneswar

ମୁସଲମାନ ଭୋଟର ଏକାଠି ହେଲେ କଂଗ୍ରେସ ଜିତିବ: ସିଦ୍ଧୁ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ରାଜନେତାଙ୍କ ବେଲଗାମ ଭାଷଣ ବନ୍ଦ ହେଉନାହିଁ। ଏହି କ୍ରମରେ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ବିହାର କଟିହାରଠାରେ ନିର୍ବାଚନୀ ପ୍ରଚାର ବେଳେ ସିଦ୍ଧୁ ଧର୍ମ ଆଧାରରେ ଭୋଟ ଦେବା ପାଇଁ ମୁସଲମାନଙ୍କୁ ନିବେଦନ କରିଛନ୍ତି। ମୁସଲମାନମାନେ ଏକଜୁଟ ହୋଇ ମହାମେଣ୍ଟ ପ୍ରାର୍ଥୀ ତାରିକ୍‍ ଅନୱରଙ୍କୁ ଭୋଟ ଦେଇ ଜିତାଇବାକୁ ସିଧୁ ନିବେଦନ କରିଛନ୍ତି। ସେଠାରେ ସିଦ୍ଧୁ କହିଥିଲେ ଯେ ଏଠାରେ ଜାତି ଓ ଧର୍ମ ନାମରେ ବାଣ୍ଟିବା ରାଜନୀତି ହେଉଛି। କଟିହାର ଲୋକସଭା ଆସନରେ ମୁସଲମାନ ସଂଖ୍ୟାଲଘୁ ନୁହଁ ବରଂ ବହୁସଂଖ୍ୟକ ଅଛନ୍ତି। ବିଜେପିର ଷଡ଼ଯନ୍ତ୍ରକାରୀ ଲୋକ ଆପଣଙ୍କୁ ଅଟକାଇବାକୁ ଓ ଭୋଟ ବାଣ୍ଟିବାକୁ ପ୍ରୟାସ କରିବେ। ହେଲେ ଆପଣମାନେ ଏକାଠି ରହିଲେ କଂଗ୍ରେସକୁ ବିଶ୍ୱର କୌଣସି ଶକ୍ତି ହରାଇ ପାରିବ ନାହିଁ। ଓୱେସି ଭଳି ଲୋକଙ୍କୁ ଆଣି ମୁସଲମାନଙ୍କ ଭୋଟ ବାଣ୍ଟିବାକୁ ଚେଷ୍ଟା କରାଯାଉଛି। ଆପଣମାନେ ଏକାଠି ହୋଇ ମୋଦୀକୁ ହରାନ୍ତୁ ଓ କଂଗ୍ରେସକୁ ଜିତାନ୍ତୁ।
ପ୍ରକାଶଯୋଗ୍ୟ ଯେ ଉତ୍ତେଜକ ଏବଂ ଧର୍ମଗତ ଭାଷଣା ଦେଇଥିବାରୁ ରବିବାର ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଥ୍ୟନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‍ପି ଅଧ୍ୟକ୍ଷା ମୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ କଟକଣା ଲଗାଇଥିଲେ। ଏବେ ସିଦ୍ଧୁଙ୍କ ଭାଷଣକୁ ନେଇ କେଉଁ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବା ବାକି ରହିଲା।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories