ପାଞ୍ଚ ଦିନ ହେବ କିନାଲୋଇ ପଞ୍ଚାୟତ ଅଫିସରେ ଝୁଲୁଛି ତାଲା
ସମାଧାନ ପାଇଁ ବ୍ଲକ୍ ପ୍ରଶାସନର ତତ୍ପରତା ନାହିଁ
ରେଙ୍ଗାଲି : କିନାଲୋଇ ପଞ୍ଚାୟତ ଅନ୍ତର୍ଗତ ମାଣିକମୁଣ୍ଡା ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା କରିଆସୁଥିବା ସରକାରୀ କର୍ମଚାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀରେ ଗତ ୧୦ ତାରିଖ ଶନିବାର ଦିନ ଗ୍ରାମବାସୀ ପଞ୍ଚାୟତ ଅଫିସରେ ତାଲା ଝୁଲାଇ ଦେଇଛନ୍ତି । ତାଲା ଝୁଲାଇବାର ୫ଦିନ ହେବା ସତ୍ତ୍ବେ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ ତତ୍ପରତା ପ୍ରକାଶ ପାଉ ନଥିବାରୁ ସଚେତନ ନାଗରିକ ମହଲରେ ପ୍ରଶାସନର ଏଭଲି ଆଭିମୁଖ୍ୟକୁ ନାପସନ୍ଦ କରାଯାଉଛି । ପଞ୍ଚାୟତରେ ତାଲା ଝୁଲୁଥିବାରୁ ଅଫିସ କାମ ଠପ୍ ହୋଇ ପଡିଛି । ଅଭିଯୋଗରୁ ପ୍ରକାଶ ଯେ ମାଣିକମୁଣ୍ଡା ଗ୍ରାମବାସୀଙ୍କ ଦ୍ବାରା କରାଯାଇ ଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ମାଣିକମୁଣ୍ଡା କଟାର ଉନ୍ନତି କରଣ ପାଉଣା ଦେବାରେ ଓ ମାଣିକମୁଣ୍ଡା ବଡ଼ କଟାରେ ମଞ୍ଜୁର ହୋଇଥିବା ପାଚେରୀ ନିର୍ମାଣରେ ଅବହେଳାର। ଦୀର୍ଘଦିନରୁ ଗ୍ରାମବାସୀ ଗାଧୁଆ ବନ୍ଧ ଭାବରେ ବ୍ୟବହାର କରୁଥୁବା ବନ୍ଧକୁ ଗ୍ରାମବାସୀଙ୍କ ଅଜ୍ଞାତରେ ମାଛ ଚାଷ ପାଇଁ ନିଲାମ କରାଇବା ବିଭାଗୀୟ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମନମୁୁୁଖୀ କାର୍ଯ୍ୟକଳାପ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ଏହି ସମସ୍ୟାର ପ୍ରତିକାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ଜନ ଶୁଣାଣୀ ପୋର୍ଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ୍ୟ ଦୃଷ୍ଟି ଆକର୍ଷଣ ପାଇଁ ନିବେଦନ କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ଗତ ୪ ତାରିଖ ଦିନ ଏହି ସମସ୍ୟାର ୫ଦିନ ମଧ୍ୟ୍ୟରେ ବିହିତ ସମାଧାନ ମୂଳକ ପଦକ୍ଷେପ ନେବା ପାଇଁ ଟ୍ୱିଟର୍ ମାଧ୍ୟ୍ୟମରେ ଜିଲ୍ଲାପାଳ, ବିଡ଼ିଓ, ସରପଞ୍ଚ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ସମାଧାନ ନ କଲେ ଗ୍ରା.ପରେ ତାଲା ପକାଇ ଦେବାକୁ ଚେତାବନୀ ଦିଆଯାଇଥିଲା । କିନ୍ତୁ ୫ ଦିିନ ମଧ୍ୟରେ କୌଣସି ସମାଧାନ ନ ହେବାରୁୁୁ ୧୦ ତାରିଖ ଶନିବାର ଦିନ ପଞ୍ଚାୟତ ଅଫିସରେ ଗ୍ରାମବାସୀ ତାଲା ଝୁଲାଇ ଦେଇଛନ୍ତି । ବ୍ଳକ୍ ଉନ୍ନୟନ ଅଧିକାରୀ ଏହି ଅଚଳାବସ୍ଥାର ଶୀଘ୍ର ସମାଧାନ କରିବାକୁ ସଚେତନ ନାଗରିକ ମହଲରେ ଦାବୀ ହେଉଛି।
Comments are closed.