ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ର ପ୍ରଭାବ ପଡିବା ପୂର୍ବରୁ ଓଡ଼ିଶାର ଦଶଟି ଜିଲାର ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରିବାକୁ ରାଜ୍ୟ ସରକାର ଅଧିକ ସମୟ ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ବଳରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲାରେ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ମଇ ୨୪ ଓ ୨୫ ତାରିଖ ଦୁଇଦିନ ପାଇଁ ପନିପରିବା, ମାଛମାଂସ, ଦୁଗ୍ଧ ଆଦି କିଣିବାକୁ ଏହି ଅଧିକ ସମୟ ଦିଆଯାଇଛି। ତେବେ ଜନସାଧାରଣ ରାସ୍ତାରେ ଅଯଥାରେ ଭିଡ ନକରି କୋଭିଡ ସର୍ତ୍ତାବଳୀ କଡାକଡି ଭାବେ ପାଳନ କରି ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି।
ବାତ୍ୟା ପାଇଁ ଦଶଟି ଜିଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ ବୃଦ୍ଧି
Popular Categories



