www.samajalive.in
Saturday, December 6, 2025
14.1 C
Bhubaneswar

ବାତ୍ୟା ରୂପ ନେଲା ୟାସ୍‍; ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ସୋମବାର ସକାଳ ୫.୩ରେ ୟାସ୍‍ ବାତ୍ୟା ରୂପ ନେଇସାରିଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ସମୁଦ୍ର ମଧ୍ୟରେ ଗତି ନକରି ସ୍ଥିର ରହିଛି। ଏହା ସଂପ୍ରତି ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରୁ ୫୪୦ କିଲୋମିଟର, ବାଲେଶ୍ୱର ଠାରୁ ୬୫୦ କିଲୋମିଟର ଏବଂ ଦୀଘାଠାରୁ ୬୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ଏହା ଘନୀଭୁତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅତି ଭୀଷଣ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳେ ଏହା ଉପକୂଳ ନିକଟରେ ପହଞ୍ଚିବା ସହିତ ସେହିଦିନ ମଧ୍ୟାହ୍ନ ସୁଦ୍ଧା ଭୂଭାଗ ସ୍ପର୍ଶ କରିବା ଅନୁମାନ କରାଯାଇଛି। ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୬୫ କିଲୋମିଟର ଏବଂ ସ୍ଥଳବିଶେଷଷର ୧୮୫ କିଲୋମିଟର ହୋଇପାରେ। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ଗୋପାଳପୁର ବନ୍ଦରରେ ତିନି ନମ୍ବର ଏବଂ ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏଥିସହିତ ପାରାଦୀପ ବନ୍ଦରରେ ସୋମବାର ମଧ୍ୟାହ୍ନ ସୁଦ୍ଧା ପଣ୍ୟ ଖଲାସ କରି ଜାହାଜଗୁଡିକ ସମୁଦ୍ର ଭିତରେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ୟାସ୍‍ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲା। ତେବେ ଏଥିସହିତ କଟକ, ମୟୁରଭଞ୍ଜ, ଯାଜପୁର, ପୁରୀ, କେନ୍ଦୁଝର, ଖୋର୍ଦ୍ଧା ଜିଲାକୁ ମଧ୍ୟ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମସ୍ତ ପ୍ରାକ୍‍ ପ୍ରସ୍ତୁତି ଶେଷ କରିଥିବାବେଳେ ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। କେନ୍ଦ୍ରାପଡା ଜିଲା ଦାୟିତ୍ୱ ହେମନ୍ତ ଶର୍ମା, ମୟୁରଭଞ୍ଜ ସୁରେଶ ବଶିଷ୍ଟ, ଜଗତସିଂହପୁର ଶାଶ୍ୱତ ମିଶ୍ର, ବାଲେଶ୍ୱର ବିଶାଲ ଦେବ, ଯାଜପୁର ଜିଲା ଦାୟିତ୍ୱ ଭି ଭି ଯାଦବଙ୍କୁ ଦିଆଯାଇଛି। ସେମାନେ ବାତ୍ୟା ପୂର୍ବର ପ୍ରୁସ୍ତୁତି ଓ ପରବର୍ତ୍ତୀ ସମୟରେ ଉଦ୍ଧାର ତଥା ରିଲିଫ କାର୍ଯ୍ୟ ତଦାରଖ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories