www.samajalive.in
Saturday, December 6, 2025
14.1 C
Bhubaneswar

କୋହଳ ହେଲା କଟକଣା : ଖୋଲିବ ୭୦ପ୍ରତିଶତ ଦୋକାନ

ଭୁବନେଶ୍ବର : ୩୭ ଦିନ ଧରି ଲକ୍ ଡାଉନ୍‌ରେ ଥିବା ଭୁବନେଶ୍ବରକୁ କଟକଣା ମୁକ୍ତ କରାଯାଇଛି। ତେବେ ସମ୍ପୂର୍ଣ୍ଣ ବଜାର ଚଳଚଞ୍ଚଳ ହେବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଆଉ କିଛି ଆବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସେହିପରି ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ କାର୍ଯ୍ୟାଳୟ କାର୍ଯ୍ୟ କରିପାରିବ। ଗ୍ୟାରେଜ୍, ମରାମତି ଦୋକାନ, ଇଲେ‌େ‌କ୍ଟ୍ରାନିକ୍ସ ଓ ମୋଟର ଯାନ ଉପକରଣ ଦୋକାନ ବି ଖୋଲିବ। କାରିଗରଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ରହିବ ନାହିଁ। ତେବେ ଏସବୁ ଚାଲିବ ସରକାରୀ କଟକଣା ମଧ୍ୟରେ। କୌଣସି ବ୍ୟବସାୟ ସ୍ଥଳରେ ୫ ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ। ଲକ୍ ଡାଉନ୍ ପାଇଁ ଅଟକି ରହିଥିବା ଜନସାଧାରଣ, ପର୍ଯ୍ୟଟକ, ସ୍ବାସ୍ଥ୍ୟକର୍ମୀଙ୍କୁ ରଖିବା ପାଇଁ ହୋଟେଲ୍‌ ଓ ଲଜିଂ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟ କେନ୍ଦ୍ର ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ।

ଦୁଇଦିନର ମାନସମନ୍ଥନ ପରେ ଦୋକାନ ବଜାର ଖୋଲିବା ନେଇ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ନିର୍ଦେଶନାମା ପ୍ରକାଶ ପାଇଛି। ପୁଲିସ କମିସନର ଡା. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ସରକାର ନିର୍ଦେଶ ଦେଇଥିବାରୁ ଆମେ ବ୍ୟବସାୟୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବୁ। ତେବେ ଯାନବାହନ ଧରି ବିନା କାରଣରେ ବଜାରକୁ ଆସୁଥିବା ଲୋକଙ୍କ ଉପରେ ପୂର୍ବବତ୍ କଟକଣା ଜାରି ରହିବ।

- Advertisement -

କେଉଁ ସେବା ମିଳିବ: ଇଲେକ୍ଟ୍ରିସିଆନ୍, ଆଇଟି ଉପକରଣ ମରାମତି କରୁଥିବା ଲୋକ, ଗ୍ୟାରେଜ୍ ମେକାନିକ୍, ପାଣି ପାଇପ୍ ମରାତି, ବଢ଼େଇ ଆଦିଙ୍କ ଯିବା ଆସିବା ଉପରେ କଟକଣା ରହିବ ନାହିଁ। ଶ୍ରମିକ ଉପଲବ୍ଧ ଥିବା ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ। ଶ୍ରମିକଙ୍କୁ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ପରିବହନ କରିବା ଉପରେ କଟକଣା ଜାରି କରାଯାଇଛି। ନିର୍ମାଣ ସାମଗ୍ରୀ କେବଳ ରାତି ସମୟରେ ପରିବହନ କରାଯାଇ ପାରିବ। ବିଭିନ୍ନ ପ୍ରକାର ଘରୋଇ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଏଥିପାଇଁ କାର୍ଯ୍ୟାଳୟର ମୁଖ୍ୟ ଦାୟୀ ରହିବେ ଏବଂ ପୁଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ସେ କର୍ମଚାରୀଙ୍କୁ ଆବଶ୍ୟକ ପ୍ରମାଣପତ୍ର ଜାରି କରିବେ। ସେହିପରି ବ୍ୟାଙ୍କ କାର୍ଯ୍ୟରେ ନିୟୋଜିତ ଆଇଟି ଭେଣ୍ଡର, ବ୍ୟାଙ୍କିଙ୍ଗ୍ କରେସ୍‌ପଣ୍ଡେଣ୍ଟ ଆଦି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହୋଇପାରିବ।

ଖୋଲା ହେବ :ପିଡିଏସ୍‌ ଦୋକାନ, ତେଜରାତି , ଫଳ, ପନିପରିବା , କ୍ଷୀର ବୁଥ୍‌ , ପଶୁ ପକ୍ଷୀଙ୍କ ଖାଦ୍ୟ , ସାର ଓ କୀଟନାଶକ , ଆବାସିକ କ‌େ‌ମ୍ପ୍ଲକ୍ସରେ ଥିବା ପଞ୍ଜିକୃତ ଦୋକାନ, ଲେକ୍ଟ୍ରିକାଲ ଓ ଇଲେ‌େ‌କ୍ଟ୍ରାନିକ୍ସ , ଫ୍ୟାନ୍, କୁଲର୍ ,ୱାଟର ପ୍ୟୁରିଫାୟର୍ , ଏୟାର କଣ୍ଡିସନ୍ , ମୋବାଇଲ୍‌ ଫୋନ୍ , କମ୍ପ୍ୟୁଟର ଓ ଉପକରଣ ଦୋକାନl ସମସ୍ତ ଗ୍ୟାରେଜ୍ ,  ବ୍ୟାଟେରି , ଟାୟାର ,  ମୋଟର ପାର୍ଟ୍ସ , ଲୁବ୍ରିକାଣ୍ଟl ନିର୍ମାଣ ସାମଗ୍ରୀ , ପାଠ୍ୟ ପୁସ୍ତକ , ପାର୍ସଲ ଦେଉଥିବା ରେସ୍ତୋରାଁlଇ-କମର୍ସ ହୋମ୍ ଡେଲିଭରୀ , ଅନ୍‌ଲାଇନ୍ ଖାଦ୍ୟ ଡେଲିଭରୀ , ରିଲାଏନ୍ସ ଫ୍ରେସ୍ , ଓମ୍‌ଫେଡ୍‌ , ଓପୋଲଫେଡ୍ , ଚିଲିକା ଫ୍ରେସ୍ , ସ୍ପେନସର୍ସlଇଣ୍ଟରନେଟ୍ ସେବା ,  ଟେଲି ଯୋଗାଯୋଗ , କେବୁଲ ଓ ଡିଟିଏଚ୍‌ , ଘରୋଇ ସିକ୍ୟୁରିଟି ସଂସ୍ଥା ଓ ସେବା ଯୋଗାଣlହୋଟେଲ , ହୋମ୍‌ଷ୍ଟେl ଲଜିଂ।

ବନ୍ଦ ରହିବ :ସମସ୍ତ ମାର୍କେଟ୍ କ‌େ‌ମ୍ପ୍ଲକ୍ସ ,  ମଲ୍ଟି ବ୍ରାଣ୍ଡ ଓ ସିଙ୍ଗିଲ୍ ବ୍ରାଣ୍ଡ ମଲ୍ ଜି , ମ୍‌ନାସିୟମ୍ , ଗେମ୍ ପାର୍ଲର ,  ସାଲୁନ୍ , ସ୍ପା , ବିଉଟି ପାର୍ଲର , ମସାଜ୍ ସେଣ୍ଟର, ଠେଲା ଗାଡ଼ି ,  ପାନl ଚାହା/କଫି ବୁଥ୍ , ଫାଷ୍ଟଫୁଡ୍‌ ,  ଟିଫିନ୍ଫ , ଳ ଜୁସ୍ ଦୋକାନ।

କ’ଣ ରହିଛି ସର୍ତ୍ତ : ଦୋକାନ ଅବା ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗରେ ୫ରୁ ଅଧିକ ଗ୍ରାହକ ରହିବେ ନାହିଁ। ସାମାଜିକ ଦୂରତା ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିିଥିବା ନିୟମାବଳୀର ଅନୁପାଳନ କରିବା ଜରୁରୀ। ଏହି ନିୟମ ପାଳନ ସୁନିଶ୍ଚିତ କରିବା ବ୍ୟବସାୟୀଙ୍କ ଦାୟିତ୍ବ ରହିବ। ଯେଉଁ କର୍ମଚାରୀଙ୍କ ଜ୍ବର, ସର୍ଦି କାଶର ଲକ୍ଷଣ ଥିବ ସେମାନଙ୍କୁ ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ନାହିଁ। ପ୍ରତ୍ୟେକ ବ୍ୟବସାୟ କେନ୍ଦ୍ରରେ ସାନିଟାଇଜର୍/ହାତ ଧୁଆ ବ୍ୟବସ୍ଥା ବାଧ୍ୟତାମୂଳକ ହେବ। ସମସ୍ତ ପରିବା ଓ ତେଜରାତି ମାର୍କେଟ୍ ବିଏମ୍‌ସି ନିର୍ଦେଶ ଅନୁସାରେ ବିକେନ୍ଦ୍ରିତ ସ୍ଥାନରେ ଚାଲିବ। ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟ କେନ୍ଦ୍ର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ନିଜର ଟ୍ରେଡ୍ ଲାଇସେନ୍ସ ଅବା ପ୍ରମାଣପତ୍ରର କପିକୁ ଦୋକାନ ମାଲିକ ଓ ସେମାନଙ୍କ କର୍ମଚାରୀ ରାସ୍ତାରେ ଯିବା ଆସିବା ପାଇଁ ପାସ୍ ଭାବେ ବ୍ୟବହାର କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories