www.samajalive.in
Tuesday, December 9, 2025
19.1 C
Bhubaneswar

ତାଲାବନ୍ଦରେ ୧୮୦ ବାଲ୍ୟବିବାହ 

ଭୁବନେଶ୍ୱର : ତାଲାବନ୍ଦରେ ବଢ଼ିଛି ଶିଶୁଙ୍କ ପ୍ରତି ଅସଦାଚରଣ ଓ ବାଲ୍ୟ ବିବାହ।  ଏହି ସମୟ ମଧ୍ୟରେ ପରିବାର ଲୋକଙ୍କ ସହ ରହି ମଧ୍ୟ ଶିଶୁମାନେ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି। ଯାତାୟାତ ଉପରେ କଟକଣା ଥିବାରୁ ଶିଶୁ ଚାଲାଣ କମ୍‌ ରହିଛି। ଏଭଳି ପରିସ୍ଥିତି ନ ଉପୁଜିବା ପାଇଁ କମିସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଅନ୍‌ଲାଇନ୍‌ ମାଧ୍ୟମରେ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ସେମାନଙ୍କୁ ସଚେତନ କରାଇବା ସହ ଅଭିଯୋଗ ଆସିବାମାତ୍ରେ କମିସନ ପକ୍ଷରୁ ଉଦ୍ଧାର କରାଯାଉଛି ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।  ତାଲାବନ୍ଦର ତିନିମାସରେ ୧୮୦ରୁ ଅଧିକ ବାଲ୍ୟ ବିବାହ ଅଭିଯୋଗ ହୋଇଛି। ଏଥିସହ ୩୩ଟି ଅଭିଯୋଗ କମିସନକୁ ଆସିଛି। ଏପ୍ରିଲରେ ୮ଟି, ମେ’ ରେ ୮ଟି ଓ ଜୁନ୍‌ରେ ୧୩ ମାମଲା ରୁଜୁ କରାଯାଇଛି। ଏଥିରେ ଅସଦାଚରଣ, ଅପହରଣ ଓ ଆତ୍ମହତ୍ୟା ଭଳି ଅଭିଯୋଗ ରହିଛି। ଅଧିକ ଅସଦାଚରଣ ଅଭିଯୋଗ ରହିଛି। ଅନଲାଇନ କ୍ଲାସ ତଥା ଅବସର ବିନୋଦନ ଲାଗି ପିଲାମାନେ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଅପରିଚିତ ଲୋକଙ୍କୁ ଠିକଣା, ସ୍କୁଲ ନାମ, ଫୋନ୍‌ ନମ୍ବର କିମ୍ବା ନିଜ ଅବସ୍ଥିତି ସମ୍ବନ୍ଧୀୟ ତଥ୍ୟ  ପ୍ରଦାନ ନ କରିବା, ଫଟୋ ଓ ଭିଡିଓ ନ ପଠାଇବା, ଟେକ୍ସ ଇମେଲ ନ ଖୋଲିବାକୁ ପିଲାଙ୍କୁ ସତର୍କ କରାଯାଉଛି। ୧୦୦ କିମ୍ବା ୧୦୯୮ନମ୍ବରରେ କଲ୍‌ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି। ଯୌନ ନିର୍ଯାତନା ଭଳି ଘଟଣା ସମ୍ବନ୍ଧରେ ମା’, ବାପା ତଥା ପରିବାର ଲୋକଙ୍କୁ ଜଣାଇବା ନେଇ ପିଲାଙ୍କୁ ସଚେତନ କରାଯାଉଛି। ମାତାପିତା ଶିଶୁଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ପ୍ରବାସୀ ଶିଶୁଙ୍କ ସ୍ଥିତି ଯାଞ୍ଚ କରାଯାଉଛି। ୟୁନିସେଫ, ସେଭ୍‌ ଦ ଚିଲ୍‌ଡ୍ରେନ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସହଯୋଗରେ ପ୍ରବାସୀ ଶିଶୁଙ୍କ ଅବସ୍ଥା ଜାଣିବାକୁ ଚେଷ୍ଟା କରାଯାଉଛି। ପୁରୀ, ଭୁବନେଶ୍ବର, କଟକ, ରାଉରକେଲା ଓ ବ୍ରହ୍ମପୁରରେ ପ୍ରବାସୀ ପିଲାଙ୍କ ବିଷୟରେ ବୁଝାଯାଉଛି। ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ପିଲାଙ୍କୁ ଉଦ୍ଧାର କରି ଅନାଥାଶ୍ରମରେ ଛଡ଼ାଯାଉଛି ବୋଲି  ଅଧ୍ୟକ୍ଷା କହିଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories